ବିଦା ହେବେ ଏହି ବିଚାରପତି : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ଚିଫ୍‌ ଜଷ୍ଟିସ ଦୀପକ ମିଶ୍ର, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.ଏନ. ଶୁକ୍ଳାଙ୍କୁ ବହିଷ୍କାର କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କହିଛନ୍ତି  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର।   ଏଥିସହ ଜଷ୍ଟିସ୍ ଶୁକ୍ଳାଙ୍କଠାରୁ ସବୁ ମାମଲାକୁ ପ୍ରତ୍ୟାହାର କରାଯାଇଛି ।  ଅର୍ଥାତ ସେ କୌଣସି ମାମଲାର ବିଚାର ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ  । ମେଡିକାଲ କଲେଜ ଆଡମିଶନରେ ଅନିୟମିତତା ଅଭିଯୋଗର ତଦନ୍ତ କରି ତିନି ଜଣିଆ କମିଟି ଜଷ୍ଟିସ ଏସ.ଏନ. ଶୁକ୍ଳାଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ।   ସେ ଇସ୍ତଫା ଦେବାକୁ ମନା କରିବା ପରେ ତାଙ୍କୁ ବହିଷ୍କାର କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସୁପାରିଶ କରିଥିଲେ ତିନି ଜଣିଆ କମିଟି ।

ସୁପ୍ରିମକୋର୍ଟଙ୍କ ନିଷେଧାଦେଶ ସତ୍ତ୍ୱେ ଜଷ୍ଟିସ ଶୁକ୍ଳା ଏକ ନିର୍ଦ୍ଦିଷ୍ଟ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି ଦେଇଥିଲେ।   ଏହା ତାଙ୍କ କାର୍ଯ୍ୟକଳାପରେ ସନ୍ଦେହ ସୃଷ୍ଟି କରିଥିଲା  ମାମଲାର ବିଚାର କରି ଆହ୍ଲାବାଦ ହାଇକୋର୍ଟର ରାୟକୁ ଖାରଜ କରି ଦେଇଥିଲେ ସୁପ୍ରିମକୋର୍ଟ।  ଲକ୍ଷ୍ନୌର  ଏକ ମେଡିକାଲ କଲେଜରେ ନାମ ଲେଖା ବିରୋଧରେ ମେଡିକାଲ କାଉନସିଲ ଅଫ ଇଣ୍ଡି‌ଆ (MCI) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।   ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିଲେ ମଧ୍ୟ ବେଆଇନ ଭାବେ କଲେଜରେ ନାମ ଲେଖା ପାଇଁ ଅନୁମତି ଦିଆଯାଇଛି ବୋଲି MCI ଦର୍ଶାଇଥିଲା ।