ଆଉ ମୁଁ ଯିବିନି ସ୍କୁଲ୍‌: କମେଣ୍ଟ ମାରୁଛନ୍ତି ବଜାରୀ ଟୋକା

ରୋହତକ: ହରିୟାଣାରେ ମୋଦି ସରକାରଙ୍କ ବେଟି ବଚାଓ ବେଟି ପଢାଓ ଅଭିଯାନକୁ ଲାଗିଛି ଶକ୍ତ ଧକ୍କା। ଝିଅ ମାନେ ସ୍କୁଲ ଯିବାକୁ ପଛଘୁଞ୍ଚା ଦେଉଛନ୍ତି। ସରକାର ମଧ୍ୟ ସବୁ ଜାଣି ଚୁପ୍‌ ବସିଛି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଭାରତରେ ଶିକ୍ଷା ହେଉଛି ମଣିଷର ମୌଳିକ ଅଧିକାର। ତେବେ ହରିୟାଣାର କିଛି ଯୁବକ ପାଇଁ ଝିଅଙ୍କୁ ଦୂରେଇ ଯିବାକୁ ଯାଉଛି ଏହି ମୌଳିକ ଅଧିକାର ଠାରୁ। କିନ୍ତୁ ହାର୍‌ ମାନି ନାହାନ୍ତି ଝିଅମାନେ। ଆଉ ନିଜ ମୌଳିକ ଅଧିକାରକୁ ଫେରି ପାଇବାକୁ ୮୦ ଜଣ ଝିଅ ଆପଣାଇଛନ୍ତି ଆମରଣ ଅନଶନକୁ।

ପେଟପୂରା ଖାଇ ସ୍କୁଲ ଯିବା ବଦଳରେ କରୁଛନ୍ତି ଆମରଣ ଅନଶନ। ମାତ୍ର ସରକାରଙ୍କ ନିଦ ଏଯାବତ୍‌ ଭାଙ୍ଗୁନାହିଁ। ଅନଶନର କାରଣ ଶୁଣିଲେ ମହିଳାଙ୍କ ସୁରକ୍ଷା ଉପରୁ ଭରସା ଉଠିଯିବ। ଗୋଠେରା ତାପା ଦାହେନା ଗ୍ରାମର ଛାତ୍ରୀମାନେ ପାଠ ପଢିବାକୁ ନିଜ ଗ୍ରାମର ଠାରୁ ତିନି କି.ମି ଦୂର କାନୱାଲିର ଥିବା ସ୍କୁଲକୁ ଯାଇଥାନ୍ତି। ତେବେ ପାଠ ପଢିବାକୁ ଯାଉଥିବା ଛାତ୍ରୀଙ୍କୁ ବାଟରେ ଗଲାବେଳେ ଦେବାକୁ ପଡିଥାଏ କଠୋର ପରୀକ୍ଷା । ପ୍ରତିଦିନ ରାସ୍ତାରେ ଯିବା ବେଳେ ଛାତ୍ରୀଙ୍କୁ ଶୁଣିବାକୁ ପଡିଥାଏ ଅଶ୍ଲୀଳ କମେଣ୍ଟ। ତା ସାଙ୍ଗକୁ କିଛି ଅସାମାଜିକ ଯୁବକ ହଇରାଣ କରିଥାନ୍ତି ଛାତ୍ରୀଙ୍କୁ। ତେବେ ଏହି ଘଟଣା ଛାତ୍ରୀମାନେ ସରପଞ୍ଚକୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ନିଜ ହକ୍‌ ପାଇବା ପାଇଁ ବାଛି ନେଇଥିଲେ ଏକ ନିଆରା ରାସ୍ତା । ସ୍କୁଲ ଯିବା ବନ୍ଦ କରି ଓହ୍ଲାଇଛନ୍ତି ଆମରଣ ଅନଶନକୁ ଓ ତାଙ୍କ ନିଜ ଗାଁରେ ଏକ ସ୍କୁଲ ଖୋଲିବା ଦାବିରେ ଅଡି ବସିଛନ୍ତି।

 

 courtesy-hindustan times