ଆଲୋକ ରାୱାତ ହେଲେ ଜାତୀୟ ମହିଳା କମିଶନର ପ୍ରଥମ ପୁରୁଷ ସଦସ୍ୟ

Alok Rawat first male member of NCWନୂଆଦିଲ୍ଲୀ: ପୂର୍ବତନ କ୍ୟାବିନେଟ ସଚିବ ଆଲୋକ ରାୱାତ ପ୍ରଥମ ପୁରୁଷ ଭାବେ ଜାତୀୟ ମହିଳା କମିଶନର ନିଯୁକ୍ତ ହୋଇଛନ୍ତି। ୫ ସଦସ୍ୟ ବିଶିଷ୍ଠ କମିଶନର ଟିମରେ ସେ ଚତୁର୍ଥସ୍ଥାନରେ ରହିଛନ୍ତି । ରାୱାତ ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶକ, ରାଜପଥ ଓ ପରିବହନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ କାର୍ଯ୍ୟ ତୁଲାଇଛନ୍ତି। ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀଙ୍କୁ ମଧ୍ୟ ସମାନ ଅଧିକାର ମିଳିବା ଦରକାର। ଏହା ସେମାନଙ୍କ ଜନ୍ମଗତ ଅଧିକାର ବୋଲି ସେ ମତବ୍ୟକ୍ତ କରିଛନ୍ତି। ପୁରୁଷମାନେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବୁଝିବା ଦରକାର ବୋଲି ରାୱାତ ମତବ୍ୟକ୍ତ କରିଛନ୍ତି।