କୋର୍ଟ ରୁମ୍‌ ଭିତରେ ବେହୋସ୍ ହୋଇଗଲେ ସଲମାନଙ୍କ ଭଉଣୀ

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ତାଙ୍କ ଜାମିନ ଆବେଦନ ଉପରେ ଆଜି ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟରେ ଶୁଣାଣି ହୋଇଛି। ଦିନ ଦୁଇଟା ପରେ ଜାମିନ ନେଇ କୋର୍ଟଙ୍କ ରାୟ ଆସିବ। ଶୁଣାଣି ବେଳେ କୋର୍ଟ ରୁମ୍‌ରେ ସଲମାନଙ୍କ ଭଉଣୀ ଅଲବୀରା ଉପସ୍ଥିତ ଥିଲେ। ତେବେ ଶୁଣାଣି ଚାଲିଥିବା ବେଳେ ସେ ବେହୋସ୍ ହୋଇଯାଇଥିଲେ। ସଲମାନଙ୍କ ବଡିଗାର୍ଡ ଶେରା ତାଙ୍କୁ କୋର୍ଟ ରୁମ୍ ବାହାରକୁ ଆଣିଥିଲେ।

ଗୁରୁବାର ଦିନ ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯିବା ବେଳେ ସଲମାନଙ୍କ ଦୁଇ ଭଉଣୀ କୋର୍ଟ ରୁମ୍‌ରେ ଉପସ୍ଥିତ ଥିଲେ।  କୋର୍ଟଙ୍କ ରାୟ ଆସିବା ପରେ ସେମାନେ କାନ୍ଦି ପକାଇଥିଲେ।

୨୦ ବର୍ଷ ତଳର ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସୈଫ ଅଲ୍ଲୀ ଖାନ୍, ତବୁ, ନୀଲମ ଓ ସୋନାଲି ବେନ୍ଦ୍ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।