ଅମରନାଥ ଯାତ୍ରା ସ୍ଥଗିତ: ଯିଏ ଯେଉଁ କ୍ୟାମ୍ପରେ ଅଛନ୍ତି, ସେଠାରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁ ଅମରନାଥ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଛି। ଯିଏ ଯେଉଁ କ୍ୟାମ୍ପରେ ଅଛନ୍ତି, ସେଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା କମିବା ପରେ ରାସ୍ତା କ୍ଲିୟର ହେଲେ ପୁଣି ଯାତ୍ରା ଆରମ୍ଭ ହେବ।  ପ୍ରାୟ ୩ ହଜାର ତୀର୍ଥଯାତ୍ରୀ ଗତକାଲି ଜମ୍ମୁ ବେସ୍ କ୍ୟାମ୍ପରୁ ପ୍ରଥମ ପର୍ଯ୍ୟାୟରେ ତୀର୍ଥଯାତ୍ରା ଆରମ୍ଭ କରିଥିଲେ। ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରାର ବେସ୍ କ୍ୟାମ୍ପ ଅନନ୍ତନାଗର ପହଲଗାମ୍ ଓ ଗଣ୍ଡେରଓ୍ୱଲର ବଲତାଲ୍‌ରେ ପହଞ୍ଚିବା ପରେ ଆଜିଠାରୁ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିବାର ଥିଲା।Image result for rain in amarnath yatra camp

ଚାଲି ଚାଲି ୩ ହଜାର ୮ ଶହ ୮୦ ମିଟର ଉଚ୍ଚରେ ଥିବା ଅମରନାଥ ଗୁମ୍ଫାକୁ ଯିବେ ଶ୍ରଦ୍ଧାଳୁ। ଗତବର୍ଷର ଆତଙ୍କବାଦୀ ଆକ୍ରମଣକୁ ଆଖିଆଗରେ ରଖି ଏବର୍ଷ ଅମରନାଥ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜାମ୍ମୁ କାଶ୍ମୀର ପୋଲିସ, ସିଆର୍‌ପିଏଫ୍‌, ଅନ୍ୟ ଅର୍ଦ୍ଧ ସାମରିକ ବାହିନୀ ଓ ସେନାର ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।  ପ୍ରଥମ ଥର ମୁତୟନ ହୋଇଛନ୍ତି ବାଇକ୍ ସ୍ୱାଡ।