ସାବାସ ଡ୍ରାଇଭର!  ଗୁଳି ବାଜିବା ସତ୍ୱେ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୫୦ରୁ ଅଧିକ ଜୀବନ

 

ନୂଆଦିଲ୍ଲୀ: କଥାରେ ଅଛି ରଖିଲେ ଅନନ୍ତ ମାରିବ କଏ। ଅନନ୍ତନାଗ ନିକଟରେ ଅମରନାଥ ଯାତ୍ରୀଙ୍କ ଉପରେ ଗତ ସୋମବାର ରାତିରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆମରନାଥ ଯାତ୍ରୀ ମାନେ ବସ୍‌ରେ ଯାଉଥିବା ବେଳେ ସଂଘବଦ୍ଧ ହୋଇ ଆତଙ୍କବାଦୀମାନେ ଅଚାନକ ଆଖିବୁଜା ଗୁଳି କରିଥିଲେ। ଯେଉଁଥିରେ ଅନେକ ଯାତ୍ରୀ ଟଳିପଡିଲେ, ହେଲେ ବସ୍‌ ଡ୍ରାଇଭର ଆତଙ୍କବଦୀଙ୍କ ଗୁଳିକୁ ଖାତିର ନକରି ସାହାସର ସହ ବସ ଚଲାଇନେଇଥିଲେ ସୁରକ୍ଷିତ ସ୍ଥାନକୁ। ଏହାରି ଭିତରେ ଡ୍ରାଇଭରଙ୍କ ଉପରେ ମଧ୍ୟ ଗୁଳି ବାଜିଥିଲା ହେଲେ ତଥାବି ଗୁଳିକୁ ଖାତିର୍‌ କରିନଥିଲେ। ଆତଙ୍କବଦୀଙ୍କ ଗୁଳିରୁ ବଞ୍ଚାଇବା ପାଇଁ ବସକୁ ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ଚାଳାଇନେଇଥିଲେ ବସ ଡ୍ରାଇଭର ସଲିମ ସେଖ। ଏହାପରେ ସମଗ୍ର ଦେଶ ଏବେ ଏହି ବସ୍‌ ଡ୍ରାଇଭରକୁ ସଲାମ କରୁଛି। ଏହାସହ ସାହସିକତା ପୁରସ୍କାର ପାଇଁ ତାଙ୍କ ନାଁକୁ ଏଥର ଗୁଜୁରାଟ ସରକାର ସୁପାରିସ କରିବାକୁ ଘୋଷଣା କରିଛନ୍ତି।