ଫୋର୍ବ୍ସ 2017 ଗ୍ଲୋବାଲ ଗେମ ଚେଞ୍ଜର ତାଲିକା ପ୍ରକାଶ: ଶୀର୍ଷରେ ଅମ୍ବାନି

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ମୁକେଶ ଅମ୍ବାନି, କାରଣ ଫୋର୍ବ୍ସ ପତ୍ରିକା ପକ୍ଷରୁ ଘୋଷିତ 2017 ଗ୍ଲୋବାଲ ଗେମ ଚେଞ୍ଜର ଲିଷ୍ଟରେ ନିଜର ସ୍ଥାନକୁ ସର୍ବୋଚ୍ଚରେ ରଖି ଚାରିଆଡୁ ଏବେ ସେ ପ୍ରଶଂସା ସାଉଟୁଛନ୍ତି, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଲାଇ ଶିଳ୍ପରେ ପରିବର୍ତନ ଆଣିଥିବା ବ୍ୟକ୍ତିଙ୍କୁ ଫୋର୍ବ୍ସ ପକ୍ଷରୁ ଏହି ଶିରୋନାମା ପ୍ରଦାନ କରାଯାଏ, ଫୋର୍ବ୍ସ ଏହି ଶିରେନାମା ପାଇଁ 25ଜଣଙ୍କ ନାଁ ଚୟନ କରିଥିଲା।

60ବର୍ଷୀୟ ଅମ୍ବାନି ଏଥିରେ ନିଜ ନାଁକୁ ଉଚ୍ଚରେ ରଖି ଭାରତ ପାଇଁ ଆଉ ଏକ ସମ୍ମାନ ଆଣିଛନ୍ତି। ଅମ୍ବାନି ପ୍ରଥମେ ତେଲ ଏବଂ ଗ୍ୟାସ ବ୍ୟବସାୟରୁ ନିଜ ବ୍ୟବସାୟ  ଆରମ୍ଭ କରିଥିଲେ। ପରେ ସେ ଭାରତର ଟେଲିକମ ବ୍ୟବସାୟରେ ସୁଧାର ଆଣିବା ପାଇଁ ପ୍ରୟାସ କରିଛନ୍ତି। ଜିଓର ମାଗଣା ଅଫର ମାଧ୍ୟମରେ ସେ ଭାରତର ଇଣ୍ଟରନେଟ ବ୍ୟବସ୍ତାରେ ପରିବର୍ତନ ଆଣି ଚର୍ଚ୍ଚାରେ ରହିଛନ୍ତି।

News Picture Courtesy – aajtak