ଆମେରିକା ଓ ଚୀନ ସଂପର୍କରେ ଉନ୍ନତି ଆସିବା ଆବଶ୍ୟକ: ଟ୍ରମ୍ପ୍

ୱାଶିଂଟନ: ଆମେରିକାର ନୂଆ ରାଷ୍ଟ୍ରପତି ହେବା ପାଇଁ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ଆମେରିକା ଓ ଚୀନର ସଂପର୍କ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ। ଏହି ଦୁଇ ଦେଶ ମଧ୍ୟରେ ଥିବା ସଂପର୍କରେ ଆହୁରି ଉନ୍ନତି ଦରକାର। ଦକ୍ଷିଣ ଚୀନ ସାଗରରେ ସାମରିକ କାର୍ଯ୍ୟକଳାପ ନେଇ ଚୀନକୁ ସମାଲୋଚନା କରିବାର ଦିନକ ପରେ ଟ୍ରମ୍ପ୍ ଏକଥା କହିଛନ୍ତି।

ସେ କହିଛନ୍ତି,“ଆମେରିକା ଓ ଚୀନ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ରହିବ। ଆମେ ବି ଉପକୃତ ହେବା। ଚୀନ ବି ଉପକୃତ ହେବ।”

ଟ୍ରମ୍ପ୍ କହିଛନ୍ତି,“ମୁଁ ଯେଉଁ ବ୍ୟକ୍ତିଙ୍କୁ ରାଷ୍ଟ୍ରଦୂତ କରି ଚୀନକୁ ପଠାଇବାକୁ ଚୟନ କରିଛି ସେ ଚୀନକୁ ଭଲ ଭାବରେ ଜାଣିଛନ୍ତି। ସେ ଚୀନକୁ ପସନ୍ଦ ମଧ୍ୟ କରନ୍ତି। କେମିତି ଫଳାଫଳ ବାହାରିବ ସେ ଭଲ ଭାବେ ଜାଣନ୍ତି।”