ଟ୍ରମ୍ପ-କିମ୍‌ ସାକ୍ଷାତ ଆଲୋଚନା: ୪୧ ମିନିଟ ଗପିଲେ

ସେଣ୍ଟୋସା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆର ଏକଛତ୍ରବାସୀ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ମଧ୍ୟରେ ବହୁ ପ୍ରତିକ୍ଷୀତ ସାକ୍ଷାତ ଆଲୋଚନା ଶେଷ ହୋଇଛି। ସିଙ୍ଗାପୁରର ସେଣ୍ଟୋସା ଦ୍ୱୀପରେ ଏହି ସାକ୍ଷାତ ଆଲୋଚନା ହୋଇଥିଲା। ସବୁ ବାଦ ବିବାଦର ଅନ୍ତ ଘଟି ଆସିଥିଲା ସେହି ମୁର୍ହୂତ୍ତ। ଯେତେବେଳେ ଦୁଇ ରାଷ୍ଟ୍ରର ନେତା ପରସ୍ପର ସହ ହାତ ମେଳାଇ ଥିଲେ। ସାରା ବିଶ୍ୱ ଏହା ଦେଖିବାକୁ ଅନାଇ ବସିଥିଲା।

୪୧ ମିନିଟ୍‌ର ଆଲୋଚନା

ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୪୧ ମିନିଟି ପର୍ଯ୍ୟନ୍ତ ଚାଲିଥିଲା। ଏହାକୁ ଐତିହାସିକ ସାକ୍ଷାତ ବୋଲି କୁହାଯାଉଛି। କାରଣ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଥିବା ବେଳେ କୌଣସି ନେତା ଉତ୍ତର କୋରିଆର ନେତାଙ୍କ ସହ ସାକ୍ଷାତ କରି ନଥିଲେ। ସେହିପରି ୭ ବର୍ଷ ପରେ କିମ୍‌ ଲମ୍ବା ବିଦେଶ ଯାତ୍ରାରେ ଆସୁଛନ୍ତି। ସେ ଉତ୍ତର କୋରିଆର ଶାସନ କ୍ଷମତା ନିଜ ହାତକୁ ନେବା ପରେ ଏହା ତାଙ୍କର ଲମ୍ବା ବିଦେଶ ଯାତ୍ରା।

ଭାରତୀୟ ସମୟ ସକାଳ ପ୍ରାୟ ସାଢେ ୬ଟାରେ ଦୁଇ ନେତା ରହୁଥିବା ହୋଟେଲରୁ ବାହାରି ସେଣ୍ଟୋସା ଦ୍ୱୀପରେ ପହଞ୍ଚି ଥିଲେ। ସେଠାରେ ଦୁଇ ନେତା ହାତ ମିଳେଇବା ସହ ଫଟୋ ଉଠାଇଥିଲେ। ଏହାପରେ ଉଭୟ ରିସର୍ଟ ଭିତରକୁ ଯାଇଥିଲେ। ଏହି ସମୟରେ ଉଭୟ ହସୁଥିବା ଦେଖିବାକୁ ମିଳିଥିଲା।