ପାକିସ୍ତାନକୁ ଆତଙ୍କବାଦ ଦେଶ ଘୋଷଣା ପରେ ଆଣ୍ଟିଟେରର୍‌ ଫଣ୍ଡ ରୋକିଲା ଆମେରିକା

ନୂଆଦିଲ୍ଲୀ: ପାକିସ୍ତାନ ଏବେ ଘୋର ଚିନ୍ତାରେ ପଡିଯାଇଛି। ଦୁନିଆ ଆଖିରେ ଏବେ ସେ ଏକ ଘରିଆ। ଅତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିବ କଣ ଏହାକୁ ବଢାଇଚାଲିଛି। ଯେଉଁଥିପାଇଁ ଆମେରିକା ପାକିସ୍ତାନ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଲା। ଆତଙ୍କବାଦକୁ ରୋକିବାକୁ ଆମେରିକା ପାକିସ୍ତାନକୁ ଯୋଗାଉଥିବା ଅର୍ଥରାଶିକୁ ପୁଣି ଥରେ ବନ୍ଦ କରିଦେଇଛି। ଏପରି କରି ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନକୁ ଦ୍ୱିତୀୟ ଝଟକା ଦେଇଛି ଆମେରିକା।

ଆମେରିକା କହିବା ଅନୁଯାୟୀ ପାକିସ୍ତାନ ୨୦୧୬ରେ ଆତଙ୍କବାଦୀ ସଙ୍ଗଠନ ହକ୍କାନୀ ଦଳ ଉପରେ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ଯାହା ଦୁଇ ରାଷ୍ଟ୍ରର ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଆତଙ୍କବାଦକୁ ରୋକିବା ଦିଗରେ ପାକିସ୍ତାନର କୈଣସି ଆନ୍ତରିକତା ନାହିଁ। ବାଧ୍ୟ ହୋଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆମେରିକା କହିଛି। ୧୯ ଜୁଲାଇ ବୁଧବାର ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ରାଷ୍ଟ୍ର ଗୁଡିକ ମଧ୍ୟରେ ପାକିସ୍ତାନକୁ ସାମିଲ କରିବା ପରେ ଏବେ ଆଣ୍ଟି ଟେରର ଫଣ୍ଡ ରୋକି ପାକିସ୍ତାନକୁ ଶକ୍ତ ଧକ୍କା ଦେଇଛି ଆମେରିକା।