ଶେଷରେ ଆମେରିକା ମାନିଲା: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଛି ପାକିସ୍ତାନ

ଆମେରିକା ମଧ୍ୟ ମାନିଲା ପାକିସ୍ତାନ ହେଉଛି ଆତଙ୍କବାଦୀ ତିଆରି କାରଖାନା। ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କର  ଭୂସ୍ୱର୍ଗ। ଦୁନିଆରେ ଆତଙ୍କ ଖେଳାଉଥିବା ବିଭିନ୍ନ  କୁଖ୍ୟାତ ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ହେଉଛି ସୁରକ୍ଷିତ ସ୍ଥାନ । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ସହ ଟ୍ରେନିଂ ମଧ୍ୟ ଦେଉଛି। ଆମେରିକାର ବାର୍ଷିକ ପ୍ରକାଶିତ ପାଉଥିବା ‘କଣ୍ଟ୍ରି ରିପୋର୍ଟ ଅନ୍‌ ଟେରରିଜିମ’ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଲସ୍କର-ଇ-ତୋଇବା ଓ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି। ପାକିସ୍ତାନ ସରକାର ସବୁ ଜାଣି ମଧ୍ୟ ଚୁପ୍‌ ବସିଛି। ଏହି ଦୁଇଟି ଆତଙ୍କି  ସଂଗଠନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ପାକିସ୍ତାନ ନେଉନାହିଁ।

ଆମେରିକାର କହିବା ଅନୁଯାୟୀ, ମିଳିତ ଜାତିସଂଘ ଲସ୍କର-ଇ-ତୋଇବାର ମୁଖ୍ୟ ହାଫିଜ ସଇଦକୁ  ଆତଙ୍କବାଦୀ ରୂପେ ଘୋଷଣା କରିଛି। କିନ୍ତୁ ଜାତିସଂଘର ପ୍ରତିବନ୍ଧ ସତ୍ତ୍ୱେ ମଧ୍ୟ ପାକିସ୍ତାନ ହାଫିଜ ସଇଦ୍‌କୁ ଘଣ୍ଟ ଘୋଡାଇ ରଖିଛି। ଏପରିକି ପାକିସ୍ତାନରେ ଖୁଲମ୍‌ଖୁଲା ସର୍ବସାଧାରଣ ସ୍ଥାନରେ ରାଲି କରି ନିଜ ସଂଗଠନ ପାଇଁ ଚାନ୍ଦା ଆଦାୟ କରୁଛି ହାଫିଜ।