ଆମେରିକା ଭାବୁଥିଲା ଭାରତ ପାକ୍‌ ଉପରେ ଆକ୍ରମଣ କରିବ

ୱାଶିଂଟନ୍‌: ବାଂଲାଦେଶ ଗଠନ ହେବା ପରେ ଆମେରିକା ଆଶଙ୍କା କରୁଥିଲା ଯେ ଭାରତ ପାକ୍‌ ଅଧିକୃତ କାଶ୍ମୀରକୁ ନିଜ କବ୍‌ଜାକୁ ନେବାକୁ ପଶ୍ଚିମ ପାକିସ୍ତାନ ଉପରେ ଆକ୍ରମଣ କରିବ। ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ନିକଟରେ ସାର୍ବଜନୀନ କରାଯାଇଥିବା କିଛି ଦସ୍ତାବେଜ୍‌ରୁ ଏ କଥା ଜଣାପଡ଼ିଛି। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ। ସେ ପଶ୍ଚିମ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆମେରିକା ଆଶଙ୍କା କରୁଥିଲା। ଏପରିକି ଏଭଳି ସ୍ଥିତିର ଉପୁଜିଲେ ଆମେରିକା ତା’ର ଆଭିମୁଖ୍ୟ କ’ଣ ରଖିବ ସେନେଇ ବି ପ୍ରସ୍ତୁତି କରିଥିଲା।

୧୯୭୧ ସ୍ୱତନ୍ତ୍ର ବାଂଲାଦେଶ ରାଷ୍ଟ୍ର ଗଠନ ପଛରେ ଭାରତର ବଡ଼ ଭୂମିକା ରହିଥିଲା।