ଟ୍ରମ୍ପଙ୍କ ବାଥ୍‌ରୋବ ପିନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜ ନିଷ୍ପତ୍ତିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ତାଙ୍କର ଏକ ଫଟୋକୁ ନେଇ ସବୁଠି ଆଲୋଚନା ଜୋର ଧରିଛି। ଫଟୋରେ ଟ୍ରମ୍ପ ବାଥ୍‌ରୋବ ପିନ୍ଧି(ଗାଧୋଇବା ପୂର୍ବରୁ ଓ ପରେ ପିନ୍ଧୁଥିବା ବସ୍ତ୍ର) ଖଟରେ ଶୋଇଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଟ୍ରମ୍ପଙ୍କ ଏହି ଫଟୋକୁ ଦେଖି ସମସ୍ତେ ଖୁବ୍‌ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ଏହି ଫଟୋ ନେଇ କିଛି ଲୋକ ତାଙ୍କ ସପକ୍ଷରେ ଟ୍ୱିଟ କରିଥିବା ବେଳେ ଆଉ କିଛି ପରିହାସ ମଧ୍ୟ କରିଛନ୍ତି।

ଏହି ସମ୍ପର୍କରେ ହ୍ୱାଇଟ୍‌ ହାଉସର ପ୍ରେସ୍‌ ସେକ୍ରେଟାରୀ ସିନ୍‌ କହିଛନ୍ତି,“ଏହି ଫଟୋ ଏକ କାଳ୍ପନିକ। ରାଷ୍ଟ୍ରପତି କେବେ ବି ଏଭଳି ପୋଷାକ ପିନ୍ଧିପାରିବେ ନାହିଁ।”