ଭାରତର ପରମ୍ପରାକୁ ସମ୍ମାନ ଜଣାଇଲେ ଆମେରିକା ରାଷ୍ଟ୍ରପତି: ଏମିତ ପାଳିଲେ ଦୀପୀବଳି

ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ହ୍ୱାଇଟ ହାଉସର ଓଭାଲ ଅଫିସରେ  ଶାସନର ବରିଷ୍ଠ ପ୍ରବାସୀ ଭାରତୀୟ ଅଧିକାରୀଙ୍କ ଗ୍ରହଣରେ ଦୀପାବଳି ପାଳନ କରିଛନ୍ତି ଟ୍ରମ୍ଫ । ଯେଉଁଥିରେ ପ୍ରବାସୀ ଭାରତୀୟ ପଦାଧିକାରୀ ନିକି ହାଲି, ସୀମା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାରୋହରେ ଟ୍ରମ୍ପଙ୍କ ଝିଅ ଇବାଙ୍କା ମଧ୍ୟ ସାମିଲ ହୋଇଥିଲେ।

କ୍ୟାବିନେଟ ପାହ୍ୟା ପାଇଥିବା ନିକି ହାଲି ୟୁଏନରେ ଆମେରିକାର ରାଷ୍ଟ୍ରଦୂତ ଅଛନ୍ତି ଏବଂ ସୀମା ବର୍ମା ମେଡିକେୟାର ଓ ମେଡିକେଡ ସେବାର ପ୍ରଶାସକ ଅଛନ୍ତି ।

ଗତବର୍ଷ  ଟ୍ରମ୍ପ ରାଷ୍ଟ୍ରପତି  ପ୍ରାର୍ଥୀ ପାଇଁ ନିର୍ବାଚନ ପ୍ରଚାର କରୁଥିବା ବେଳେ ଦୀପାବଳି ପାଳନ କରିଥିଲେ।   ଟ୍ରମ୍ପ ନିଉ ଜର୍ସିରେ ପାରମ୍ପାରିକ ହିସାବରେ  ଦୀପ ପ୍ରଜ୍ଜଳନ କରି ଦୀପାବଳି ପାଳନ କରିଥିଲେ। ଏହାସହ ସେ ଭାରତୀୟ ଆମେରିକା ସମୁଦାୟକୁ ସମ୍ବୋଧିତ କରିଥିଲେ।