ଟ୍ରମ୍ପ୍ ଚଲାଇଲେ ଟ୍ରକ୍; ଫଟୋ ଭାଇରାଲ୍

ୱାଶିଂଟନ: ଟ୍ରକ୍ ଚଲାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସେ ଦାମୀ କାର୍ ଚଲାଇଥିଲେ କେହି ଆଶ୍ଚର୍ଯ୍ୟ ହୋଇ ନ ଥାଆନ୍ତେ। କିନ୍ତୁ ଟ୍ରକ୍ ଚଲାଇବା ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏବେ ତାଙ୍କର ଟ୍ରକ୍ ଚଳାଇବା ଫଟୋ ଭାଇରାଲ୍ ହୋଇଯାଇଛି।

ପ୍ରକୃତରେ ଟ୍ରମ୍ପ୍ ଟ୍ରକ୍‌ ଚଲାଉ ନ ଥିଲେ। ହ୍ୱାଇଟ୍ ହାଉସ୍ ପରିସରରେ ଛିଡ଼ା ହୋଇଥିବା ଏକ ଟ୍ରକରେ ବସି ସେ ଚଲାଇବାର କେବଳ ଅଭିନୟ କରିଥିଲେ। ହର୍ଣ୍ଣ ବି ବଜାଇ ଥିଲେ। ତାଙ୍କର ଏ ଅଭିନୟର ଫଟୋ ଉଠାଇଥିଲେ ସେଠାରେ ଉପସ୍ଥିତ ଫଟୋ ସାମ୍ବାଦିକମାନେ। ଏହା ପରେ ସେ ଟ୍ରକ୍‌ରୁ ଓହ୍ଲାଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଡ଼କୁ ଦେଖି ହାତ ହଲାଇଥିଲେ।  ଆଉ ପରେ ତାଙ୍କର ମିଛି ମିଛିକା ଟ୍ରକ୍ ଚଲାଇବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି।