ଇରାନ ଉପରୁ ଆର୍ଥିକ କଟକଣା ଉଠାଇଲା ଆମେରିକା

ଭିଏନା: ଇରାନ ଉପରୁ ସମସ୍ତ ଆର୍ଥିକ କଟକଣା ପ୍ରତ୍ୟାହାର କରି ନେଇଛି ଆମେରିକା। ଇରାନ ତା’ର ସମସ୍ତ ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ନେଇ ରାଜି ହେବା ପରେ ଆମେରିକା ଏଭଳି ନିଷ୍ପତ୍ତି ନେଇଛି। ଏହା ସହିତ ଦୁଇ ଦେଶ ପରସ୍ପରର କଏଦୀମାନଙ୍କୁ ବି ମୁକ୍ତ କରି ଦେଇଛନ୍ତି। ଭିଏନାର ଅନ୍ତର୍ଜାତୀୟ ପରମାଣୁ ଊର୍ଜା ସଂସ୍ଥାନର ମୁଖ୍ୟାଳୟରେ ଆମେରିକା ଏହି ଘୋଷଣା କରିଛି। ଆମେରିକା ଘୋଷଣା କରିଛି ଯେ ଇରାନ ଉପରେ ଲଗାଯାଇଥିବା ସମସ୍ତ କଟକଣା ପ୍ରତ୍ୟାହାର କରି ନେଇଛି।

ସୂଚନାଯୋଗ୍ୟ, ଇରାନ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ପାଇଁ ଉଦ୍ୟମ କରୁଥିବା ଯୋଗୁଁ ତା’ ଉପରେ ଆମେରିକା ଆର୍ଥିକ କଟକଣା ଲଗାଇଥିଲେ। ତେବେ ଇରାନ ସବୁବେଳେ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁ ଥିଲା।