ଭାରତୀୟ ବଜାରକୁ ଆସିଲା ଆମେକରିକାର ଏହି ବାଇକ୍‌

ନୂଆଦିଲ୍ଲୀ: ଆମେରିକା ଅଟୋମୋବାଇଲ କମ୍ପାନୀ କ୍ଲିଭଲ୍ୟାଣ୍ଡ ସାଇକେଲୱର୍କସ୍ (Cleveland CycleWerks) ୨୦୧୮ ଅଟୋ ଏକ୍ସୋ ଜରିଆରେ ଭାରତୀୟ ବଜାରରେ ପ୍ରବେଶ କରିଛି। କମ୍ପାନୀ ଭାରତରେ ନିଜର ୨ଟି ମଟରସାଇକେଲ Ace ଓ Misift ଲଞ୍ଚ୍ କରିଛି। ଏହି କମ୍ପାନୀ ୨୦୦୯ରେ ଆମେରିକାରେ କାମ ଆରମ୍ଭ କରିଥିଲା।

ରିପୋର୍ଟ ଅନୁସାରେ, ୨୦୧୯ ସୁଦ୍ଧା କମ୍ପନା ୫ ହଜାର ବାଇକ୍‌ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନୀ ରେଟ୍ରୋ ଷ୍ଟାଇଲର ବାଇକ ବଜାରକୁ ଛାଡ଼ିଛି। ଲଇସ୍ ମାଡିସନ୍ ମଟର ୱାର୍କ୍ସ କମ୍ପାନୀ ସହ କ୍ଲିଭଲ୍ୟାଣ୍ଡ ହାତ ମିଳେଇଛି। ଲଇସ୍ ମାଡିସନ୍ ସିଇଓ ପ୍ରଣବ ଟି. ଦେଶାଇ କହିଛନ୍ତି, ‘୨୦୧୯ ସୁଧା ଆମେ ୫ ହଜାର ବାଇକ୍‌ ବିକ୍ରି କରିବାକୁ ଚାହୁଁଛୁ। ଆମ ପାଖରେ ପୁଣେରେ ୩୫ ହଜାର ୟୁନିଟ୍ କ୍ଷମତାର ପ୍ଲାଣ୍ଟ ଅଛି।’

Ace ଶ୍ରେଣୀରେ Ace Delux, Ace Scrambler ଓ Ace Cafe ନାମକ ୩ଟି ମଡେଲକୁ କମ୍ପାନୀ ଲଞ୍ଚ୍ କରିଛି। ଏଥିରେ ୨୨୯ ସିସି ଓ ୪-ଷ୍ଟ୍ରୋକ୍ ଇଞ୍ଜିନ୍ ରହିଛି। ସେହିଭଳି Misfit ଶ୍ରେଣୀରେ ଜେନ୍୨ ଲଞ୍ଚ୍ କରାଯାଇଛି। ଏଥିରେ ମଧ୍ୟ ୨୨୯ସିସି ଏୟାରକୁଲ୍‌ ଇଞ୍ଜିନ୍ ରହିଛି, ଯାହା ୧୫.୪ ହର୍ସପାୱାର ଓ ୧୬ ନ୍ୟୁଟନ-ମିଟରର ଟୋର୍କ ଉତ୍ପାଦନ କରିବାକୁ ସକ୍ଷମ। କ୍ଲିଭଲ୍ୟାଣ୍ଡର ସଂସ୍ଥାପକ ସ୍କଟ୍ କୋଲେସିମୋ କହିଛନ୍ତି, ‘ଭାରତର ଟ୍ରାଫିକ୍ ଓ ସଡ଼କର ସ୍ଥିତିକୁ ଦେଖି ଏହି ବାଇକ ତିଆରି ହୋଇଛି।’