ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ଡେଟ୍‌ କରୁଥିଲେ ୮୪ ବର୍ଷୀୟ ପ୍ରଡ୍ୟୁସର

ମୁମ୍ୱାଇ: ଆମେରିକାର ପ୍ରସିଦ୍ଧ ରେକର୍ଡ ପ୍ରଡ୍ୟୁସର କ୍ୱିନ୍ସି ଜୋନ୍ସଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚା ପରିସରକୁ ଆସିଛି। ଏକ ଗଣମାଧ୍ୟମକୁ ସାକ୍ଷାତ କରି କ୍ୱିନ୍ସି ଜୋନ୍ସ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କାକୁ ସେ ଡେଟ୍‌ କରିଛନ୍ତି। ଏହି ବୟାନ ପରେ ସେ ବିବାଦ ଘେରରେ ଫଶିଛନ୍ତି। କ୍ୱିନ୍ସି ଜୋନ୍ସଙ୍କ ବୟସ ୮୪ ବର୍ଷ ହୋଇଥିଲା ବେଳେ ଇଭାଙ୍କାଙ୍କ ବୟସ ୩୬ ବର୍ଷ।

ଇଭାଙ୍କା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇବାନାଙ୍କ ଝିଅ। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେବା ପରେ ସ୍ୱାମୀଙ୍କ ସହ ଇଭାଙ୍କାଙ୍କୁ ଦେଖିବାକୁ ମିଳିଥିଲା।