ଆମେରିକାର ନ୍ୟୁ ଅରଲିନ୍ସରେ ଗୁଳିକାଣ୍ଡ, ୧୬ ଆହତ

ନ୍ୟୁୟର୍କ: ଆମେରିକାର ନ୍ୟୁ ଅରଲିନ୍ସରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ବେଳେ ଗୁଳି ଫୁଟି ୧୬ ଜଣ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ଚାଳନା ବେଳେ ପାର୍କରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଅନେକ ପାର୍ଟି ବନାଇବା ପାଇଁ ଉପସ୍ଥିତ ଥିବା ବେଳେ ଆଉ କିଛି ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ପାଇଁ ଉପସ୍ଥିତ ଥିଲେ। ଗୋଷ୍ଠୀ ସଂଘର୍ଷ ଓ ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିଲେ ହେଁ ଜୁଆ ଖେଳରୁ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।