୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ତଦନ୍ତରେ ସହଯୋଗ କରିବାକୁ ପାକିସ୍ତାନକୁ ଆମେରିକାର ପରାମର୍ଶ

ୱାଶିଂଟନ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ତଦନ୍ତରେ ଭାରତକୁ ସହଯୋଗ କରିବା ପାଇଁ ପାକିସ୍ତାନକୁ କହିଛି ଆମେରିକା।

ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟର ଉପ-ମୁଖପାତ୍ର ମାର୍କ ଟୋନର କହିଛନ୍ତି,“ଏହି ଆକ୍ରମଣ ଘଟଣାର ତଦନ୍ତରେ ଭାରତକୁ ସହଯୋଗ କରିବାକୁ ଆମେରିକା ବାରମ୍ବାର ପାକିସ୍ତାନକୁ କହି ଆସିଛି। ୨୬/୧୧ ମୁମ୍ବାଇ ଆକ୍ରମଣ ଭୟାନକ ଥିଲା। ଆମେ ଚାହୁଁଛୁ ଏହି ଘଟଣାର ପୀଡ଼ିତଙ୍କୁ ନ୍ୟାୟ ମିଳୁ। ତେଣୁ ତଦନ୍ତରେ ପାକିସ୍ତାନ ସହଯୋଗ କରୁ।”

ଏହା ସହିତ ପାକିସ୍ତାନ ତା’ ନିଜ ମାଟିରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ବିଲୋପ କରିବାକୁ ମଧ୍ୟ ଆମେରିକା କହିଛି।