ଆମେରିକାର ପୂର୍ବାଞ୍ଚଳରେ ତୁଷାରପାତ ନେଇ ହାଇଆଲର୍ଟ

ୱାଶିଂଟନ୍: ଆମେରିକାର ପୂର୍ବାଞ୍ଚଳରେ ପ୍ରବଳ ତୁଷାରପାତକୁ ନେଇ ହାଇଆଲର୍ଟ ଜାରି କରାଯାଇଛି। ବିମାନ ସେବା ବନ୍ଦ କରିଦିଆଯିବା ସହ ୱାଶିଂଟନରେ ସାର୍ବଜନିକ ପରିବହନ ପ୍ରଣାଳୀକୁ ମଧ୍ୟ ବନ୍ଦ କରିଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆମେରିକା ରାଜଧାନୀ ଓ ତାର ଆଖପାଖ ଅଞ୍ଚଳରେ ଶୁକ୍ରବାରରୁ ଶନିବାର ପର୍ଯ୍ୟନ୍ତ ପ୍ରାୟ ୬୦ ସେଣ୍ଟିମିଟର ତୁଷାରପାତ ହୋଇପାରେ। ଏହାସହ ପ୍ରବଳ ପବନ ବୋହିବା ସମ୍ଭାବନା ରହିଛି।

 ୱାଶିଂଟନ୍, ମେରିଲ୍ୟାଣ୍ଡ, ଓ ଭର୍ଜିନିଆ ସହର ମଧ୍ୟରେ ମେଟ୍ରୋ ଦ୍ୱାରା ପ୍ରତିଦିନ ପ୍ରାୟ ୭ଲକ୍ଷ ଯାତ୍ରୀ ଯାତ୍ରା କରିଥାନ୍ତି। ମେଟ୍ରା ବ୍ୟବସ୍ଥାର ୪୦ ବର୍ଷର ଇତିହାସ ମଧ୍ୟରେ ଏଥର ସବୁଠାରୁ ଲମ୍ୱା ସମୟ ଯାଏଁ ବନ୍ଦ ରହିବ। ରେଳ ଓ ବସ୍ ସେବା ମଧ୍ୟ ସୋମବାର ପର୍ଯ୍ୟନ୍ତ ବନ୍ଦ କରାଯାଇପାରେ। ପ୍ରାୟ ୧୫ଟି ସହରରେ ତୁଷାରପାତ ହେବା ସହ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।