ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା

ୱାଶିଂଟନ୍‌: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଛି। ସାଉଥ୍ କାରୋଲିନାରେ ରହୁଥିବା ଜଣେ ଭାରତୀୟ ବ୍ୟବସାୟୀଙ୍କୁ ଗୁଳି କରି  ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ହର୍ନିଶ ପଟେଲ।

ଗତକାଲି ରାତିରେ ଦକ୍ଷିଣ କାରୋଲିନାର ଲାନକାଣ୍ଟରେ ଥିବା ହର୍ନିଶ ତାଙ୍କ ଦୋକାନ ବନ୍ଦ କରିବାର କିଛି ସମୟ ପରେ ତାଙ୍କୁ ଗୁଳି କରାଯାଇଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ବର୍ଣ୍ଣ ବୈଷମ କାରଣରୁ ତାଙ୍କୁ ହତ୍ୟା କରାଯାଇ ନଥିବା ସ୍ଥାନୀୟ ପ୍ରଶାସନ କହିଛି।  ଘଟଣାର ତଦନ୍ତ ଜାରି ରହିଛି। ସପ୍ତାହକ ପୂର୍ବରୁ କାନସାସର ଏକ ବାରରେ ଅନ୍ୟ ଜଣେ  ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିଲା। ରାଷ୍ଟ୍ରପତି ଡୋଡ଼ାଲ୍ଡ ଟ୍ରମ୍ପ ମଧ୍ୟ ଏହି ହେଟ୍‌ କ୍ରାଇମ୍‌ଙ୍କୁ ନିନ୍ଦା କରିଥିଲେ। ଏହା ସ୍ୱତ୍ତେ ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।