ଆମେରିକା: କ୍ଲିନିକରେ ଗୁଳି ମାଡ଼, ୩ ମୃତ

ଲସଏଞ୍ଜଲସ୍: ଆମେରିକାର କୋଲୋରାଦୋ ପ୍ରଦେଶରେ ଏକ ପରିବାର ନିୟୋଜନ କେନ୍ଦ୍ର ଉପରେ ଶନିବାର ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳି କରିବାରୁ ଜଣେ ପୋଲିସ ଅଧିକାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣକାରୀକୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ପ୍ରାୟ ୨୫ ମିନିଟ୍ ଧରି ଗୁଳି ବିନିମୟ ପରେ ଆକ୍ରମଣକାରୀକୁ ପୋଲିସ୍ ଗିରଫ କରିଥିଲା। ତେବେ କେଉଁ କାରଣରୁ ସେ ଏଭଳି କାଣ୍ଡ ଭିଆଇ ଥିଲେ ତାହା ଜଣାପଡ଼ି ନାହିଁ। ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ କହିବା ମୁତାବକ ଦିନ ପ୍ରାୟ ୧୧ଟା ବେଳେ ଏହି ଆକ୍ରମଣକାରୀ କ୍ଲିନିକ୍ ଭିତରକୁ ପଶିଥିଲା। ସେ ବନ୍ଧୁକ ଓ ଗୁଳି ନେଇ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ସେଠାକୁ ଯାଇଥିଲା। ପ୍ରାୟ ସାଢେ ୧୧ଟା ବେଳେ  ସେ ଗୁଳି ଚଳାଇଥିଲା।