ପାକିସ୍ତାନୀ ଝିଅକୁ ବାହାହେଲେ ହରିଆଣା ପୁଅ

ପଟିଆଲା, ପଞ୍ଜାବ: ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ଓ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଦେଶର ପୁଅ ଝିଅ । ପାକିସ୍ତାନର ଝିଅ ସରଜିତ ଏବଂ ହରିଆଣା ନିବାସୀ ପରୱିନ୍ଦର ସିଂହ ପଟିଆଲାରେ ବିବାହ କରିଛନ୍ତି। ଶିଖ ପରମ୍ପରା ଅନୁଯାୟୀ ଉଭୟ ବିବାହ କରିଥିବା ଜଣାପଡିଛି ।

 

ପଟିଆଲା ସ୍ଥିତ ଗୁରୁଦ୍ୱାରା ଉଭୟଙ୍କ ବିବାହକୁ ନେଇ ଏକ ବାହାଘର ସାର୍ଟିଫିକେଟ ଜାରି କରିଛି । ହରିଆଣା ନିବାସୀ ପରୱିନ୍ଦରକୁ ବିବାହ କରିଥିବାରୁ ସେ ଖୁସି ବୋଲି କନ୍ୟା ସରଜିତ କହିଛନ୍ତି ।

 

ସରଜିତ ହିନ୍ଦୁ ସମ୍ପ୍ରଦାୟର ଝିଅ ଓ ତାଙ୍କ ଘର ପାକିସ୍ତାନର ସିଆଲକୋଟ ଜିଲ୍ଲାରେ। ବାପା ମାଆଙ୍କ ସମ୍ମତିରେ ଏହି ବାହାଘର ସମ୍ପନ୍ନ ହୋଇଥିବା ସରଜିତ କହିଛନ୍ତି ।