ଅମୀତ ଶାହାଙ୍କୁ ‘ଜେନେରାଲ ଡାୟର’ କହିଲେ ଅରବିନ୍ଦ କେଜ୍ରିୱାଲ

ସୁରଟ: ପୁଣି ଏକ ବିବାଦୀୟ ମନ୍ତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଥର ସେ ଅମୀତ ଶାହାଙ୍କୁ ‘ଜେନେରାଲ ଡାୟର’ କହିଛନ୍ତି। ଆସନ୍ତାବର୍ଷ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି ଆଜି ପ୍ରଚାର ଆରମ୍ଭ କରିଥିଲା। ପ୍ରଚାରରେ କେଜ୍ରିୱାଲ ଯୋଗଦେଇ ଭାଜପା ଅଧ୍ୟକ୍ଷ ଅମୀତ ଶାହାଙ୍କୁ ‘ଜେନେରାଲ ଡାୟର’ଙ୍କ ସହ ତୁଳନା କରିଛନ୍ତି। ଏହାସହ ପଟେଲ ଆରକ୍ଷଣ ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ‘ଦେଶଭକ୍ତ’ ବୋଲି କହିଛନ୍ତି।

ରାଜ୍ୟରେ ଆପ୍‌ର ପ୍ରଥମ ରାଲିକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି,“ଭାଜପା ଏବଂ କଂଗ୍ରେସ ସ୍ୱାମୀ ଓ ସ୍ତ୍ରୀ ପରି କାମ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ଅହମ୍ମଦ ପଟେଲ ଭଭୟ ମିଳିମିଶି କାମ କରନ୍ତି।”

ଏଥର ନିର୍ବାଚନରେ ଗୁଜରାଟର ଜନତା କଂଗ୍ରେସ ଓ ଭାଜପାକୁ ପ୍ରତ୍ୟାଖାନ କରିବେ ଓ ଆମ ଆଦମୀ ପାର୍ଟିକୁ ସରକାର ଗଢିବାକୁ ସୁଯଗ ଦେବେ ବୋଲି ସେ କହିଛନ୍ତି।