ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କୁ ଭେଟିବେ ଅମିତ ଶାହ!

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସଭାପତି ଅମିତ ଶାହ ଖୁବଶୀଘ୍ର ଦଳର ପ୍ରତିଷ୍ଠାତା ଲାଲକୃଷ୍ଣ ଆଡ଼ଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏହି ଦୁଇ ଭେଟେରାନଙ୍କୁ ଦଳ ଅଣଦେଖା କରୁଥିବା ନେଇ ବିରୋଧୀ ସମାଲୋଚନା କରିବା ପରେ ବିଜେପିର କୋର ଗୃପ ଏହି ଦୁଇ ନେତାଙ୍କୁ ନିର୍ବାଚନ ବେଳେ ଆଗ ଧାଡ଼଼ିରେ ଆଣିବାକୁ ଚାହୁଁଛି ବୋଲି ଜଣାପଡ଼ିଛି।

୭୫ରୁ ଅଧିକ ବୟସ ହୋଇଥିବା ଦର୍ଶାଇ ବିଜେପି ଗାନ୍ଧିନଗର ଓ କାନପୁର ଲୋକସଭା ଆସନରୁ ଆଡ଼ଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ଟିକେଟ କାଟିଥିଲା। ଏହାପରେ ଆଡ଼ଭାନୀ ଏବଂ ଜୋଶୀ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

ଏପ୍ରିଲ ୬ରେ ବିଜେପିର ପ୍ରତିଷ୍ଠା ଦିବସ ପୂର୍ବରୁ ଆଡ଼ଭାନୀଙ୍କ ଦ୍ବାର ଲେଖାଯାଇଥିବା ବ୍ଲଗକୁ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି। ନିର୍ବାଚନ ବେଳେ ଏହା ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଥିବା ଜଣାପଡ଼ିବା ପରେ ବିଜେପି ଅସନ୍ତୁଷ୍ଟ ୨ ଭେଟେରାନଙ୍କୁ ମନାଇବାକୁ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

୯୧ ବର୍ଷୀୟ ଆଡ଼ଭାନୀଙ୍କ ଗୁଜରାଟ ଗାନ୍ଧିନଗର ଆସନରୁ ଅମିତ ଶାହ ଚଳିତଥର ସାଂସଦ ପ୍ରାର୍ଥୀ ହୋଇଥିବାବେଳେ ମୁରଲୀ ମନୋହର ଯୋଶୀଙ୍କ କାନପୁର ଆସନରୁ ସତ୍ୟଦେବ ପଚୌରୀ ପ୍ରାର୍ଥୀ ହୋଇଛନ୍ତି।

ଏବେ ବିରୋଧୀ ଦଳ ଏକ ହୋଇ ବିଜେପିର ଏହି ଦୁଇ ଭେଟେରାନଙ୍କୁ ଭେଟି ଦଳ ବିରୋଧରେ ମୁହଁ ଖୋଲିବା ପାଇଁ ମନ୍ତ୍ରଣା ଦେଉଥିବା ଜାତୀୟ ଗଣମାଧ୍ୟମ ଏନଡି ଟିଭି ପ୍ରକାଶ କରିଛି। ଏମିତିକି ବାରଣାସୀ ଆସନରୁ ମନୋହର ଯୋଶୀଙ୍କୁ ପ୍ରାର୍ଥୀ କରିବା ପାଇଁ ବିରୋଧୀ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ୨୦୧୪ରେ ଏହି ଆସନ ମନୋହର ଯୋଶ ନରେନ୍ଦ୍ର ମୋଦିଙ୍କୁ ଦେଇ କାନପୁରରୁ ପ୍ରାର୍ଥୀ ହୋଇଥିଲେ।