ଶ୍ରୀଦେବୀଙ୍କ ମୃତ୍ୟୁର ଆଭାସ କ’ଣ ଜାଣିପାରିଥିଲେ ଅମିତାଭ ? ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, ଜାଣନ୍ତୁ କ’ଣ ଲେଖିଥିଲେ

ନୂଆଦିଲ୍ଲୀ: ଶ୍ରୀଦେବୀଙ୍କ ମୃତ୍ୟୁର ଆଗୁଆ ଆଭାସ ପାଇଥିଲେ କି  ଅମିତାଭ ବଚ୍ଚନ ? ଏକ ଟ୍ୱିଟ୍‌କୁ ନେଇ ବର୍ତ୍ତମାନ ଏହି ଚର୍ଚ୍ଚା ଜୋର ହେଉଛି। ଶ୍ରୀଦେବୀଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅମିତାଭ  ବଚ୍ଚନ ଏକ ଟ୍ୱିଟ୍‌ କରିଥିଲେ। ସେଥିରେ ସେ ଲେଖିଥିଲେ,  କାହିଁକି କେଜାଣି ଏକ ଅଜଣା ଭୟ ଲାଗୁଛି ।  ଏହାର କିଛି ଘଣ୍ଟା  ପରେ ଆସିଥିଲା ଶ୍ରୀଦେବୀଙ୍କ ମୃତ୍ୟୁ ଖବର। ତେଣୁ  ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି, ନିଜର ଷଡ଼େନ୍ଦ୍ରିୟ  ଜରିଆରେ ଅମିତାଭ ବଚ୍ଚନ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଆଗରୁ  ଜାଣିପାରିଥିଲେ କି  ତାକୁ ନେଇ ଚାଲିଛି ଚର୍ଚ୍ଚା।

ହିନ୍ଦୀ ସିନେ ଜଗତର ସେ ଥିଲେ ଏଭରଗ୍ରୀନ୍ ଅଭିନେତ୍ରୀ । କେତେବେଳେ ରୋମାଣ୍ଟିକ ଚାନ୍ଦୀନୀ ତ’ କେତବେଳେ  ଚୁଲବୁଲି ମିସ୍ ହାଓ୍ୱାହାଓ୍ୱାଇ। ଆଉ କେତେବେଳେ ଚାଲବାଜର ମଡର୍ଣ୍ଣ ଗାର୍ଲ ଯେଉଁ ଭୂମିକା କରୁଥିଲେ ସେଥିରେ ନିଜର ଛାପ ଛାଡିଯାଉଥିଲେ।  ସେଥିଲାଗି ତ ନାୟକ ପ୍ରାଧାନ୍ୟ ବଲିଉଡରେ ସେ ଥିଲେ ସୁପରଷ୍ଟାର ଅଭିନେତ୍ରୀ।  ୫ ଦଶନ୍ଧିର ସଫଳ କ୍ୟାରିଅରରେ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଛନ୍ତି ଶ୍ରୀଦେବୀ। ଶିଶୁ କଳାକାର ଭାବେ ଆରମ୍ଭ ହୋଇଥିଲା ତାଙ୍କ ସିନ ଜଗତର ଯାତ୍ରା।  ପ୍ରଥମେ ତାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମରେ ଛୋଟ ଛୋଟ ରୋଲ୍ ମିଳିଥିଲା । ତେବେ ୧୯୭୮ରେ  ସୋଲଓ୍ୱା ସାଓ୍ୱନ ଫିଲ୍ମରେ ତାଙ୍କୁ ଲିଡ୍ ରୋଲ ମିଳିଥିଲା।  ତାଙ୍କ କ୍ୟାରିୟରର ଟର୍ଣ୍ଣି ପଏଣ୍ଟ ଥିଲା ୧୯୮୩ରେ।  ହିମ୍ମତଓ୍ୱାଲା ମଓ୍ୱାଲି, ତୋହଫା, ମିଷ୍ଟର ଇଣ୍ଡିଆ, ଚାନ୍ଦନୀ ଓ ନାଗିନ୍ ଗୋଟିକ ପରେ ଗୋଟିଏ ହିଟ୍ ଫିଲ୍ମ  ଦେଇ ବକ୍ସ ଅଫିସରେ ଧମାକା ମଚାଇ ଥିଲେ ଶ୍ରୀଦେବୀ ୧୯୮୩ରେ ମୁକ୍ତିଲାଭ କରିଥିବା କ୍ଲାସିକ ମୁଭି ସଦମାରେ ତାଙ୍କ ଚମତ୍କାର ଅଭିନୟ ସିନେପ୍ରେମୀଙ୍କ ମନ ଜିଣିପାରିଥିଲା