ଅମିତାଭ ବଚ୍ଚନ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଶେହନଶାହା ଅମିତାଭ ବଚ୍ଚନ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁଯାୟୀ  ଗ୍ୟାଷ୍ଟିକ୍‌ ଜନିତ ସମସ୍ୟା ଯୋଗୁଁ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା। ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସବିଶେଷ ତଥ୍ୟ ମିଳିପାରିନାହିଁ। ଡାକ୍ତର କିମ୍ବା ତାଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।