ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜନମତ ସର୍ଭେ କହୁଛି ହିଲାରୀ ଜିତିବେ

ୱାଶିଂଟନ: ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ୍ ୨୦୧୬ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହୋଇପାରନ୍ତି । ହିଲାରୀ ନିର୍ବାଚନ ଲଢିଲେ ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ ବୋଲି ନିକଟରେ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି। ରିପୋର୍ଟ ଅନୁଯାୟୀ ଡେମୋକ୍ରାଟିକ୍ ପାର୍ଟିର ତିନି ଚତୁର୍ଥାଶଂ ମତଦାତାଙ୍କ ହିଲାରୀ ରାଷ୍ଟ୍ରପତି ପଦବୀ ପାଇଁ ଉପଯୁକ୍ତ ବୋଲି କହିଛନ୍ତି। ସେହିପରି ୧୫ପ୍ରତିଶତ ମତଦାତା ବର୍ନି ସେଣ୍ଡସଙ୍କ ସପକ୍ଷରେ ମତ ଦେଇଛନ୍ତି। ପାର୍ଟିର ୯୨ପ୍ରତିଶତ ମତଦାତା ହିଲାରୀ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସେମାନେ ଭୋଟ ଦେବେ ବୋଲି କହିଥିବା ବେଳେ ୮ ପ୍ରତିଶତ ମତଦାତା ତାଙ୍କ ବିପକ୍ଷରେ ଭୋଟ ଦେବେ ବୋଲି ପ୍ରକାଶ କରିଛନ୍ତି।

ଏକ ହଜାର ମତଦାତାଙ୍କୁ ନେଇ ହୋଇଥିବା ଏହି ସର୍ଭେରେ ଡେମୋକ୍ରାଟିକ୍ ଓ ରିପବ୍ଲିକାନ୍ ପାର୍ଟିର ଆଶାୟୀ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମ୍ପର୍କରେ ମତ  ମଗାଯାଇଥିଲା। ଏଥିରେ ୪୮ ପ୍ରତିଶତ ଡେମୋକ୍ରାଟିକ୍ ଦଳ ହିଲାରୀ କ୍ଲିଣ୍ଟନକୁ ରାଷ୍ଟ୍ରପତି ଭାବେ ଦେଖିବାକୁ ପସନ୍ଦ କରିବେ ବୋଲି ସେମାନଙ୍କ ମତ ଦେଇଥିଲେ। ସେହିପରି ୪୦ ପ୍ରତିଶତ ଲୋକ ରିପବ୍ଲିକାନ୍ ପାର୍ଟିର ପ୍ରତ୍ୟାଶୀ ତଥା ଫ୍ଲୋରିଡାର ପୂର୍ବତନ ଗଭର୍ଣ୍ଣର ଜବ୍ ବୁଶଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ପସନ୍ଦ କରିଛନ୍ତି।