ଅମୃତସର: ବସ୍ ଦୁର୍ଘଟଣାରେ ୧୦ ମୃତ

ଅମୃତସର: ଅମୃତସହରର ମତେୱାଲା ନିକଟରେ ଆଜି ସକାଳେ ଏକ ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ‌ଅନେକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଯାତ୍ରୀମାନେ ସ୍ୱର୍ଣ୍ଣମନ୍ଦିର ଦର୍ଶନ କରିବାକୁ ଯାଉଥିଲେ। ଆହତମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି।  ଆହତଙ୍କମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଅଛି।