କିଏ ଭଲ, ପାକିସ୍ତାନ ନା ଭାରତ, ଜେଜେମା ରଖିଲେ ଏମିତି ଉତ୍ତର

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମ୍ୟାଚ୍‌କୁ ନେଇ ଦୁଇ ପଡ଼ୋଶୀ ଦେଶ ସହିତ ସମଗ୍ର ବିଶ୍ୱର କିକେଟ୍‌ପ୍ରେମୀ ଉତ୍ସାହିତ ଅଛନ୍ତି। କେବଳ ଏତିକି ନୁହେଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ତୁତୁ ମେଁମେଁ କଥା କାହାକୁ ବି ଅଛପା ନାହିଁ। ତେବେ ଏଭଳି ସମୟରେ ପାକିସ୍ତାନରୁ ଏକ ମଜାଦାର ଭିଡିଓ ଆସି ପହଞ୍ଚିଛି।

ଏହି ଭିଡିଓରେ ଜଣେ ପାକିସ୍ତାନୀ ଯୁବତୀ ତାଙ୍କ ଜେଜେମାଙ୍କୁ ପଚାରୁଛନ୍ତି, ପାକିସ୍ତାନ ଭଲ, ନା ଭାରତ? କିଛି ନଭାବି ବୃଦ୍ଧା ଉତ୍ତର ଦେଉଛନ୍ତି ଭାରତ। ଯୁବତୀ ଆଶ୍ଚର୍ଯ୍ୟ ହୋଇ କହୁଛନ୍ତି, ନା ଜେଜେମା ଆପଣ ତ ପାକିସ୍ତାନର ରହୁଛନ୍ତି। ପାକିସ୍ତାନ ଆମ ଦେଶ, ଜେଜେମା।

ଆଉ ଏହାର ଉତ୍ତରରେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଚମକାଇଦେବ। ସେ କହିଛନ୍ତି, ଏବେ ସିନା ପାକିସ୍ତାନରେ ରହୁଛେ। ଆଗରୁ ତ ଏଇଟା କେବଳ ଭାରତ ହିଁ ଥିଲା।

ଏହି ଭିଡିଓ ସମସ୍ତଙ୍କ ହୃଦୟ ଜିତିନେଇଛି। ଦେଖନ୍ତୁ ଏହି ହୃଦୟଛୁଆଁ ଭିଡିଓ।