ଦୁର୍ନୀତିଗ୍ରସ୍ତ ନେତା ଓ ମନ୍ତ୍ରୀଙ୍କୁ ଫାଶି ଦେଇଦିଅ: ଆନ୍ନା ହଜାରେ

ନୂଆଦିଲ୍ଲୀ: ଭଷ୍ଟ୍ରାଚାର ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରୁଥିବା ସମାଜସେବୀ ଆନ୍ନା ହଜାରେ ଆଜି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏକ ଗଣମାଧ୍ୟମକୁ ଆନ୍ନା କହିଛନ୍ତି,“ନିର୍ଭୟା ଦୋଷୀ ପରି ଦେଶରେ ଦୁର୍ନୀତିଗ୍ରସ୍ତ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ଫାଶି ଦିଆଯିବ ଦରକାର। ତା’ହେଲେ ଦେଶରୁ ଦୁର୍ନୀତି ହଟିବ।”

ସେ ଆହୁରି ମଧ୍ୟ କହିଛନ୍ତି,“ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ବିରୋଧରେ ଭଷ୍ଟ୍ରାଚାର ଖବର ଦେଖି ବହୁତ ଦୁଃଖ ଲାଗୁଛି। ଏ ସମ୍ପର୍କରେ ସବିଶେଷ ଖବର ପାଇବା ପରେ ଯାହା ମତାମତ ଦେବି। କେଜ୍ରିୱାଲ୍‌ ଦୁର୍ନୀତି ବିରୋଧରେ ଲଢେଇ କରି ମୁଖ୍ୟମନ୍ତ୍ରୀ ଚୌକି ପାଇଥିଲେ। ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ଭଷ୍ଟ୍ରାଚାର ସାମ୍ନାକୁ ଆସିଲା ପରେ ତାଙ୍କ ପ୍ରତି ମୋର ଭରସା ଭାଙ୍ଗି ଯାଇଥିଲା।”

ସୌଜନ୍ୟ-ଆଜ୍‌ତକ୍‌

ଫଟୋ-ଆଜତକ୍‌