ବଜେଟରେ ଆନ୍ଧ୍ରକୁ ଅବହେଳା ଅଭିଯୋଗରେ ଟିଡିପିର ୧୨ ଘଣ୍ଟିଆ ବନ୍ଦ

ନୂଆଦିଲ୍ଲୀ: ଆଜି ୧୨ ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ ପାଳନ କରୁଛି ବିଜେପିର ସହଯୋଗୀ ଟିଡିପି। କେନ୍ଦ୍ର ସରକାରଙ୍କ ଚଳିତ ବଜେଟରେ ଆନ୍ଧ୍ରକୁ ଅବହେଳା କରାଯାଇଥିବା ପ୍ରତିବାଦରେ ଟିଡିପି ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦକୁ ରାଜ୍ୟରେ ବାମଦଳ ସମେତ ଅନ୍ୟାନ୍ୟ ଦଳ ସମର୍ଥନ କରିଛନ୍ତି। ଫଳରେ ସ୍କୁଲ, କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଯାନବାହନ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଛି। ସରକାରୀ ଏବଂ ଘରୋଇ ବସ୍ ସେବା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ରାଜଧାନୀ ଅମରାବତୀ ସମେତ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି।  ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଚଳିତ ବଜେଟରେ ଆନ୍ଧ୍ରପ୍ରଦେଶକୁ ଦାବି ମୁତାବକ ଅନୁଦାନ ମିଳି ନ ଥିବାରୁ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛି ଏନଡିଏ ମେଣ୍ଟରେ ଥିବା ଟିଡିପି। ଏହାକୁ ବିରୋଧ କରି ଆଜି ସଂସଦରେ ମଧ୍ୟ ହଙ୍ଗାମା କରିଛନ୍ତି ଟିଡିପି ସଦସ୍ୟ।