ଆଙ୍କରା ବୋମା ବିସ୍ଫୋରଣ ଘଟଣା: ୫୦ ଜଣ ବିଦେଶୀ ନାଗରିକ ଗିରଫ

ଇସ୍ତାନବୁଲ: ଆଙ୍କରା ବୋମା ବିସ୍ଫୋରଣ ଘଟଣାରେ ରବିବାର ୫୦ ଜଣ ବିଦେଶୀ ନାଗରିକଙ୍କୁ  ଗିରଫ କରିଛି ତୁର୍କୀ ପୋଲିସ୍। ସେମାନଙ୍କୁ ପଚରାଉଚରା କରାଯାଉଛି। ସେମାନଙ୍କ ଠାରୁ ବିସ୍ଫୋରଣ ସଂକର୍ପିତ ବହୁ ତଥ୍ୟ ମଳିବ ବୋଲି ପୋଲିସ୍ ସୂଚନା ଦେଇଛି।

ଗତ ଅକ୍ଟୋବର ୧୦ ତାରିଖରେ ଆଙ୍କରାର ଦୁଇଟି ସ୍ଥାନରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ୧୦୨ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଆତ୍ମଘାତୀ ବୋମା ବିସ୍ଫୋରଣରେ ଆଇଏସ ଆତଙ୍କୀ ଓ ଜିହାଦୀଙ୍କ ସମ୍ପୃକ୍ତି ଥିବା ଆଶଙ୍କା କରି ଏହି ୫୦ ନାଗରିକମାନଙ୍କୁ ପୋଲିସ ଗିରଫ କରିଛି। ଏହି ବିଦେଶୀ ନାଗରିକମାନେ ବିସ୍ଫୋରଣ ପରେ ଇସ୍ତାନବୁଲର ବିଭିନ୍ନ ସ୍ଥାନରେ ଥିବା ଘରେ ଲୁଚିଥିବା ଗୁଇନ୍ଦା ଖବର ପାଇଥିଲା। ଗୁଇନ୍ଦା ଖବରକୁ ଅଧାର କରି ତୁର୍କୀ ପୋଲିସ ବିଦେଶୀମାନେ ରହୁଥିବା ଘର ଉପରେ ଚଢାଉ କରିଥିଲା।