ବିଦେଶୀ କହିବେ ଭାରତୀୟ ଭାଷା: ଅକ୍ସଫୋର୍ଡ ଡିକ୍ସନାରୀରେ ୭୦ ଶବ୍ଦ ସାମିଲ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଡିକ୍ସନାରୀରେ ଅନ୍ନା, ଆଚ୍ଛା, ଅବ୍ବା, ବଚ୍ଚା, ସୂର୍ଯ୍ୟ ନମସ୍କାର ପରି ୭୦ଟି ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଏବେ ବିଦେଶୀଙ୍କ ମୁହଁରେ ଏହାକୁ ଶୁଣିବାକୁ ମିଳିବ। ଏହି ସବୁ ଶବ୍ଦ ତେଲୁଗୁ, ଉର୍ଦ୍ଦୁ, ତାମିଲ, ହିନ୍ଦି ଓ ଗୁଜରାଟୀରୁ ଆସିଛି।

ଏହି ଶବ୍ଦ ଭିତରୁ ଅଧିକାଂଶ ସଂପର୍କ ଓ ଖାଦ୍ୟ ସଂପର୍କିତ। ତେଲୁଗୁ ଓ ତାମିଲରେ ଅନ୍ନାର ଅର୍ଥ ବଡ଼ଭାଇ। ଆଗରୁ ଏହା ମୁଦ୍ରାର ଏକକ ମଧ୍ୟ ଥିଲା। ସେହିପରି ଆଚ୍ଛାର ଅର୍ଥ ହେଉଛି ହଁ ଓ କେତେକ ସ୍ଥଳରେ ଏହାକୁ ବିସ୍ମୟସୂଚକ ଭାବେ ବ୍ୟବହାର କରାଯାଇଥାଏ।