ଆନ୍ନାକୁ ପୁଣି ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ:  ସମାଜସେବୀ ଆନ୍ନା ହଜାରେଙ୍କୁ ଜୀବନରୁ ମାରି ଦେବା ପାଇଁ ପୁଣି ମିଳିଛି ଧମକପୂର୍ଣ୍ଣ ଚିଠି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଲାଇଛି। ଶୁକ୍ରବାର ଆନ୍ନା ହଜାରେଙ୍କୁ ଏହି ଧମକପୂର୍ଣ୍ଣ  ଚିଠି ମିଳିଥିଲା। ଚିଠିରେ ଲେଖାଯାଇଛି,   ଆନ୍ନା ହଜାରେ ଆମେ ଏଥର ତୁମକୁ ଛାଡିବୁ ନାହିଁ। ଜାନୁୟାରୀ ୨୬ରେ ତୁମକୁ ହତ୍ୟା କରାଯିବ। ପୋଲିସ ବି କିଛି କରି ପାରିବ ନାହିଁ।

ଏହି ଧମକପୂର୍ଣ୍ଣ ଚିଠି ପାଇବା ପରେ  ଆନ୍ନା ହଜାରେଙ୍କ ଅଫିସ ତରଫରୁ ପାରନେର ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିଲା। ପୋଲିସ ପକ୍ଷରୁ ଆଇପିସି ଧାରା ୫୦୭ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ପୂର୍ବରୁ ମଧ୍ୟ ଏକାଧିକ ବାର ଆନ୍ନାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ତେବେ ସେ ଜେଡ୍ ସୁରକ୍ଷା ନେବା ପାଇଁ ମନା କରି ଦେଇଥିଲେ।