ପୁଣି ବ୍ୟାଙ୍କ ଠକେଇ: ୩୯୦ କୋଟି ଟଙ୍କା ଚଳୁ

ନୂଆଦିଲ୍ଲୀ: ପିଏନ୍‌ବି ମହାଠକେଇ ପରେ ଓରିଏଣ୍ଟାଲ ବ୍ୟାଙ୍କ୍ ଅଫ୍ କମର୍ସ (ଓବିସି)ରେ ପାଖାପାଖି ୩୯୦ କୋଟି ଟଙ୍କାର ଠକେଇ ହୋଇଥିବା ଘଟଣା ସମ୍ନାକୁ ଆସିଛି। ଘଟଣାରେ ଦିଲ୍ଲୀର ଏକ ହୀରା ରପ୍ତାନିକାରୀ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।

ହରିୟାଣାସ୍ଥିତର ଗୁରୁଗ୍ରାମର ସେକ୍ଟର-୩୨ସ୍ଥିତ ଓବିସି ବ୍ରାଞ୍ଚରେ ଏହି ଠକେଇ ହୋଇଛି। ବ୍ୟାଙ୍କର ଜଣେ ଏଜିଏମ୍ ସ୍ତରର ଅଧିକାରୀ ସିବିଆଇକୁ ଏହି ମାମଲାର ସୂଚନା ଲିଖିତ ଆକାରରେ ଦେଇଥିଲେ। ସିବିଆଇ ଏନେଇ ଏକ ମାମଲା ରୁଜୁ କରି ତଦନତ ଆରମ୍ଭ କରିଛି।

ସିବିଆଇର ସୂଚନା ଅନୁଯାୟୀ, ଦିଲ୍ଲୀର କରୋଲବାଗସ୍ଥିତ M / s Dwarka Das Seth International Pvt. Ltd ଓ Dwarka Das Seth Sage Incorporation ନାମକ କମ୍ପାନୀ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ବ୍ୟାଙ୍କ ଏହି କମ୍ପାନୀକୁ ୨୦୧୪ ମସିହା ମାର୍ଚ୍ଚ ୩୧ ତାରିଖରୁ ଏନ୍‌ପିଏ(ନନ୍ ପର୍‌ଫମିଂ ଆସେଟ) ଲିଷ୍ଟରେ ପକାଇବା ପରେ ମଧ୍ୟ କମ୍ପାନୀକୁ କୋଟି କୋଟି ଟଙ୍କାର ଲୋନ୍‌ ମିଳି ଆସୁଥିଲା। କମ୍ପାନୀର ମାଲିକ ସଭ୍ୟ ସେଠ୍, ରୀତା ସେଠ୍ ବ୍ୟତୀତ କୃଷ୍ଣ୍ଣ କୁମାର ସିଂହ, ରବି କୁମାର ସିଂହଙ୍କ ସମେତ ଅନେକ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ ।  ସମସ୍ତ ଅଭିଯୋଗୀଯୁକ୍ତଙ୍କୁ ପଚରାଉଚରା କରାଯାଉଛି।