ତେଲେଙ୍ଗାନାର ଆଉ ଜଣେ ଶାହାଜାହାନ୍‌ ଚନ୍ଦ୍ର ଗୌଡ

ହାଇଦ୍ରାବାଦ: ମୋଗଲ ଶାସକ ଶାହାଜାହାନ୍‌ଙ୍କ ପ୍ରେମ କାହାଣୀ ଆପଣ ସମସ୍ତଙ୍କର ମନେଥିବ । ସେ ନିଜ ବେଗମ୍‌ଙ୍କ ସ୍ମୃତିରେ ଆଗ୍ରାରେ ତାଜମହଲ୍‌ ତିଆରି କରିଥିଲେ । ଏବେ ସେମିତି ଏକ ଉଦାହରଣ ତେଲେଙ୍ଗାନାର ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ସ୍ମୃତିକୁ ମନେ ପକାଇବା ପାଇଁ ଗୋଟିଏ ମନ୍ଦିର ତିଆରି କରିଛନ୍ତି ।
ସେହି ବ୍ୟକ୍ତି ଜଣକ ହେଉଛନ୍ତି, ତେଲେଙ୍ଗାନାର ଚନ୍ଦ୍ର ଗୌଡ । ସେ ବିଦ୍ୟୁତ୍‌ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ। ରୋଗରେ ପଡି ତାଙ୍କ ସ୍ତ୍ରୀଙ୍କର ଅକାଳରେ ମୃତ୍ୟୁ ହୋଇଥିଲା । ଚନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ ଅଧିକ ଭଲ ପାଉଥିଲେ । ଆଉ ସେହି ସ୍ମୃତିକୁ ଚିରଦିନ ବଞ୍ଚାଇ ରଖିବା ପାଇଁ ଚନ୍ଦ୍ର ମନ୍ଦିର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମନ୍ଦିର ତିଆରି ପରେ ଆଖପାଖର ଲୋକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଚନ୍ଦ୍ର ପ୍ରତିଦିନ ସେଠାକୁ ଯାଇ ପୂଜା କରୁଛନ୍ତି । ଏହି ମନ୍ଦିରକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ ଜମୁଛି ।