ଆକ୍ସନ୍ ମୁଡ୍‌ରେ ଆଣ୍ଟି ରୋମିଓ ସ୍କ୍ୱାଡ୍‌

ଲକ୍ଷ୍ନୌ: ଆକ୍ସନ୍ ମୁଡ୍‌ରେ ଯୋଗୀ ଆଦିତ୍ୟନାଥ। ରାଜ୍ୟରେ ବିଗିଡ଼ିଯାଇଥବା ଆଇନଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସୁ ଆସୁ ସେ ମହିଳାଙ୍କ ସୁରକ୍ଷା ପାଇଁ ଅଧିକ ଧ୍ୟାନ ଦେଇଛନ୍ତି। ଏଣିକି ରାସ୍ତାଘାଟରେ ମହିଳାଙ୍କୁ ଟଣାଓଟରା କିମ୍ବା ଅସଦାଚରଣ କଲେ ଖୁବ୍ ମହଙ୍ଗାପଡ଼ିବ। ୟୁପିରେ ରୋମିଓଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । କାରଣ ପ୍ରତି ଥାନାରେ ନିଯୁକ୍ତ ହେବେ ଆଣ୍ଟି ରୋମିଓ ସ୍କ୍ୱାଡ୍।

ତେବେ ଆଜି ପ୍ରଥମ ଦଫାରେ ମିରଟରେ ଏହି  ଆଣ୍ଟି ରୋମିଓ ସ୍କ୍ୱାଡ୍‌କୁ ମୁତୟନ କରାଯାଇଛି। ଆଜି ରାସ୍ତାଘାଟରେ ଏହି ଟିମ୍ ପୂରା ଜୋସରେ ବୁଲୁଥିବା ଦେଖାଯାଇଥିଲା। ଏହି ଟମ୍ ସର୍ବସାଧାରଣ ସ୍ଥାନ,ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ଜନଗହଳି ସ୍ଥାନରେ ନଜର ରଖିବ। କାରଣ ଏସବୁ ସ୍ଥାନ ମାନଙ୍କରେ ଅସାମାଜିକ ଯୁବକମାନ ମହିଳାମାନଙ୍କୁ ବେଶୀ ଅସଦାଚରଣ କରିଥାଆନ୍ତି।  ଯଦି କୌଣସି ଅଭିଯୋଗ ଆସେ ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଟିମ୍‌ରେ ୪ ଜଣ ମେମ୍ବର ରହୁଛନ୍ତି। ଆଜି ପ୍ରଥମ ଦିନରେ ଜଣଙ୍କୁ ଗିଫ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ପଦେକ୍ଷପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।