ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରୁଛନ୍ତି ରବିନା: ଚର୍ଚ୍ଚାରେ ବରେଲିର ଲେଡି ଦବଙ୍ଗ

ଲକ୍ଷ୍ନୌ: ୟୁପିରେ ବିଜେପି ସରକାର ଅସିବା ପରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ଅଦିତ୍ୟନାଥ ଯୋଗୀ ବିଶେଷ କରି ଆଇନ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଭିତରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟ ନେଇଛନ୍ତି । ତାହା ଭିତରୁ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଆଣ୍ଟି ରୋମିଓ ସ୍କ୍ୱାଡ୍‌ ଗଠନ। ଯେଉଁଥିରେ  ମହିଳାଙ୍କ ସୁରକ୍ଷା ପାଇଁ  ଅଣ୍ଟା ଭିଡିଛି ୟୁପି ସରକାର। ପୂର୍ବରୁ ବିଭିନ୍ନ କେଲଜ,ସ୍କୁଲ୍‌,ସପିଂ ମଲ୍‌ ଆଗରେ ଆଡ୍ଡା ଜମାଉଥିବା ରୋମିଓଙ୍କ ପାଇଁ ଏବେ ସବୁରାସ୍ତା ବନ୍ଦ। ଛାତ୍ରୀଙ୍କୁ କମେଟ୍‌ କରିବା,ଅଶ୍ଲୀଳ ଇଙ୍ଗିତ ଦେବା ଭଳି କାର୍ଯ୍ୟ ଏବେ ୟୁପିରେ ସମ୍ପୁର୍ଣ୍ଣ ବନ୍ଦ । କାରଣ ଏହି ଆଣ୍ଟି ରୋମିଓ ସ୍କ୍ୱାଡ୍‌ର ମଙ୍ଗ ଧରିଛନ୍ତି ଜଣେ ମହିଳା ଦବଙ୍ଗ ଆଇପିସ୍‌ ।  ଆଇପିଏସ ଅଫିସର ରବିନା ତ୍ୟାଗୀ ଏବେ ୟୁପିର ବରେଲିରେ ଆଣ୍ଟି ରୋମିଓ ସ୍କ୍ୱାଡ୍‌ର ନେତୃତ୍ୱ ନେଉଛନ୍ତି । କିଛିଦିନ ତଳେ ବରେଲି କଲେଜର ଜଣେ ଛାତ୍ରୀ ଏକ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଅଣିବା ପରେ ରବିନା ତଦନ୍ତ ପାଇଁ ବାରେଲି କଲେଜକୁ ଯାଇଥିଲେ। ଏହି ସମୟରେ ଅସାମାଜିକ ଯୁବକ ମାନେ ତାଙ୍କୁ ମୁହଁକୁ ସିଗାରେଟ୍‌ ପିଇ ଧୁଆଁ ଛାଡିଥିଲେ।  ତେବେ ରବିନା ଘଣ୍ଟାଏ ଭିତରେ ସେଠାରୁ ୪ଜଣଙ୍କୁ ଗିରଫ କରି କରିଥିଲେ । ରବିନା ମୁଜାଫରନଗର ବାସିନ୍ଦା ,ସେ ନିଜ ବଡବାପାଙ୍କ ଘରେ ନୋଇଡାରେ ରହି ପଠପଢା ଶେଷ କରିଛନ୍ତି ।  ରବିନାଙ୍କ ପିତା ମଧ୍ୟ ମଧ୍ୟପ୍ରଦେଶରେ ଫରେଷ୍ଚ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢାଓ ନାରା ରବିନାଙ୍କୁ ବହୁତ ପ୍ରଭାବିତ କରିଥିବା ସେ କହିଛନ୍ତି ।  ସେ ଏହି ରାସ୍ତାରେ ଚାଲିବାକୁ ପସନ୍ଦ କରୁଥିବା ସହ ମହିଳାଙ୍କୁ ସମାଜରେ ଉଚିତ୍‌ ସମ୍ମାନ ମିଳିବା ଆବଶ୍ୟକ ବୋଲି କହିଛନ୍ତି । ରବିନା କହିଛନ୍ତି ଯେ ସେ ଏମିତି ଅସାମାଜିକ ବ୍ୟକ୍ତିଙ୍କ କବଳରୁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କ୍ୟାମ୍ପେନ୍‌ ଜାରି ରଖିବେ ।