ଅନୁପମଙ୍କୁ ଭିସା ଦେଲାନି ପାକିସ୍ତାନ

ମୁମ୍ବାଇ: ଭେଟେରାନ୍ ଅଭିନେତା ‘ଅନୁପମ ଖେର’ଙ୍କୁ ପାକିସ୍ତାନ ଯିବା ପାଇଁ ଭିସା ମିଳିଲା ନାହିଁ। ଭିସା ଦେବାକୁ ମନା କରି ଦେଲା ପାକିସ୍ତାନ।

ଫେବ୍ରୁଆରୀ ୫ରୁ ଆରମ୍ଭ ହେଉଛି କରାଚି ସାହିତ୍ୟ ଫେଷ୍ଟିଭାଲ୍। ଏଥିରେ ଯୋଗ ଦେବାକୁ ଅନୁପମ ପାକିସ୍ତାନ ଯାଇଥାଆନ୍ତେ। କିନ୍ତୁ ଭିସା ନ ମିଳିବା ହେତୁ ସେ ଆଉ ସେଠାକୁ ଯାଇ ପାରିବେ ନାହିଁ।

ଭିସା ନମିଳିବା ପରେ ଅନୁପମ କହିଛନ୍ତି,‘ମୁଁ  ବହୁତ ଦୁଃଖିତ। ପାକିସ୍ତାନ ସରକାର ୧୮ରୁ ୧୭ ଜଣଙ୍କୁ ଭିସା ଦେଲେ। କିନ୍ତୁ ମୋତେ ଭିସା  ଦେବା ପାଇଁ ମନା କରି ଦେଇଛନ୍ତି।’

ଅନ୍ୟପକ୍ଷରେ ପାକିସ୍ତାନ ହାଇକମିଶନ କମିଶନ କହିଛନ୍ତି ଯେ ଅନୁପମ ଖେରଙ୍କ ଭିସା ସଂପର୍କିତ ଦରଖାସ୍ତ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ତେଣୁ ଅନୁପମ ଖେରଙ୍କୁ ଆମେ ଭିସା ନଦେବା କଥା ମିଛ।