ଅରୁଣାଚଳ ପ୍ରଦେଶରେ ଗଣତନ୍ତ୍ରକୁ ହତ୍ୟା କରିଛି ବିଜେପି: ଗୁଲାମ ନବୀ ଅଜାଦ୍

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରି ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି। ସୋମବାର ଏହି ପରି କଡ଼ା ଭାଷାରେ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍।

ରାଜ୍ୟସଭାର ବିରୋଧୀ ଦଳ ନେତା ଆଜଦ୍ କହିଛନ୍ତି ଯେ ଜମ୍ମୁକାଶ୍ମୀର ଓ ଅରୁଣାଚଳ ପ୍ରଦେଶରେ ରାଜ୍ୟପାଳ ଶାସନ ଲାଗୁ କରିବାରେ ବହୁତ ତଫାତ୍ ରହିଛି। ଜମ୍ମୁକାଶ୍ମୀରରେ କୌଣସି ଦଳ ସରକାର ଗଠନ କରିବାକୁ ରାଜି ନ ହେବାରୁ ସେଠାରେ ରାଜ୍ୟପାଳ ଶାସନ ଜାରି କରାଯାଇଥିଲା। ଅରୁଣାଚଳ ପ୍ରଦେଶ କ୍ଷେତ୍ରରେ ଏହା ଅଲଗା। ଏହି ରାଜ୍ୟରେ କଂଗ୍ରେସର ଏକ ତୃତୀୟଂଶ ସଂଖ୍ୟା ଗରିଷ୍ଠତା ରହିଛି। ଏଠାରେ ବିଜେପି ପ୍ରଥମେ ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ କରି ବିଶୃଙ୍ଖଳା ସ୍ଥିତି ସୃଷ୍ଟି କଲା। ଏହାପରେ ଉକ୍ତ ସ୍ଥିତିକୁ ଦେଖାଇ ରାଜ୍ୟପାଳ ଶାସନ ଲାଗୁ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲା।

ଅରୁଣାଚଳ ପ୍ରଦେଶରେ ରାଜ୍ୟପାଳ ଶାସନ ଲାଗୁ ଅମୂଳକ ଓ ଗଣତନ୍ତ୍ରର ବିରୋଧୀ ବୋଲି ସେ କହିଛନ୍ତି।