ଆପ୍ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟିର ଜଣେ ବିଧାୟକଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ତାଙ୍କ ନାଁ ମୋହିନ୍ଦର ଗୋୟଲ। ସେ ଦିଲ୍ଲୀର ରିଠାଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି।

ଅଭିଯୋଗ ଆଣିଥିବା ମହିଳା କହିଛନ୍ତି ଯେ ମୋହିନ୍ଦର ତାଙ୍କୁ ଦୁଇ ବର୍ଷ ତଳେ ଦୁଷ୍କର୍ମ କରିଥିଲେ। ମୋହିନ୍ଦର ତାଙ୍କୁ ଭଲ ଭାବେ ଜାଣନ୍ତି ବୋଲି ସେ ଦାବି କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଶାନ୍ତ ବିହାର ଥାନାରେ ଏହି ମାମଲା ରୁଜୁ କରାଯାଇଛି।

ବିଜେପିର ଦିଲ୍ଲୀ ଶାଖାର ମହାସଚିବ କୁଲଜୀତ ଚହଲ ଏକ ଟ୍ୱିଟ୍ କରି କହିଥିଲେ ଯେ ମୋହିନ୍ଦର ଗୋୟଲଙ୍କ ବିରୋଧରେ ପ୍ରାଥମିକ ମାମଲା ରୁଜୁ ହୋଇଛି।