ସାମୂହିକ ବିବାହ କାର୍ଯ୍ୟକ୍ରମରେ ବାହା ହେଲେ ଆପ୍ ବିଧାୟକ

ନୂଆଦିଲ୍ଲୀ: ସାମୂହିକ ବିବାହ କାର୍ଯ୍ୟକ୍ରମରେ ବାହା ହୋଇ ଚର୍ଚ୍ଚାକୁ ଆସିଛନ୍ତି ଆମ୍ ଆଦ୍‌ମୀ ପାର୍ଟିର ଦିଲ୍ଲୀର ଜଣେ ବିଧାୟକ। ତାଙ୍କ ନାଁ ବିଶେଷ ରବି। ସେ ପ୍ରତିବର୍ଷ ଗରିବ ଝିଅ ମାନଙ୍କର ସାମୂହିକ ବିବାହ କରାଇ ଥାଆନ୍ତି। କିନ୍ତୁ ଚଳିତ ବର୍ଷ ସେ ଆୟୋଜନ କରିଥିବା ଏଭଳି ଏକ କାର୍ଯ୍ୟକ୍ରମରେ ନିଜେ ମଧ୍ୟ ବିବାହ କରିଛନ୍ତି। ଏହି ସାମୂହିକ ବିବାହରେ ଆହୁରି ଆଠ ଜଣ ଯୁବକ ଓ ଯୁବତୀଙ୍କ ବିବାହ ମଧ୍ୟ ସଂପନ୍ନ ହୋଇଥିଲା।

ବିଧାୟକ ବିଶେଷ ରବିଙ୍କ ଏଭଳି ସାଦାସିଧା ବ୍ୟବହାର ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଖୁସି କରିଛି। ସେ ଟ୍ୱିଟ୍ କରି ବିଶେଷ ଓ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷଙ୍କ ପାଇଁ ସେ ଗର୍ବିତ ବୋଲି କେଜ୍ରିୱାଲ୍ ଟ୍ୱିଟ୍ କରିଛନ୍ତି।

ବିଶେଷଙ୍କ ପତ୍ନୀଙ୍କ ନାଁ ପ୍ରୀତି ଜୈନ। ସେ ଏକ ଘରୋଇ ସ୍କୁଲ୍‌ରେ ପାଠ ପଢ଼ାନ୍ତି।