ଆପଲ୍‌ ଆଣୁଛି ୩ଟି ନୂଆ iPhone, ରହିପାରେ ଏହିସବୁ ଫିଚର

ଆପଲ୍‌ ଚଳିତବର୍ଷ ୩ଟି ନୂଆ iPhone ଲଞ୍ଚ କରିବାକୁ ପ୍ରସ୍ତୁତି ଚଲାଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏଥର ଆପଲ୍‌ ସବୁଠାରୁ ବଡ଼ iPhone ଲଞ୍ଚ କରିବ, ଯେଉଁଥିରେ ବର୍ତ୍ତମାନର iPhone X ଠାରୁ ମଧ୍ୟ ବଡ଼ ସ୍କ୍ରିନ୍‌ ରହିବ। ରିପୋର୍ଟ ଅନୁସାରେ କମ୍ପାନୀ ଏକ କମ ଦାମର iPhone ମଧ୍ୟ ଆଣୁଛି, ଯେଉଁଥିରେ iPhone X ର ସମସ୍ତ ଫିଚର ରହିବ। ରିପୋର୍ଟରେ କୁହାଯାଇଛି, ସ୍ମାର୍ଟଫୋନ୍‌ରେ ୟୁସର୍ଜଙ୍କ ପାଇଁ ଏବେ ମଲଟି ଟ୍ରାକିଂ ଅଧିକ ଆବଶ୍ୟକତା ପଡୁଛି। ଏଥିପାଇଁ କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିପାରେ। ଏହାସହ ଏଥର କମ ଦାମର ଏକ iPhone ଆଣି Affordable Segment ୟୁଜର୍ସଙ୍କୁ କମ୍ପାନୀ ଟାର୍ଗେଟ୍‌ କରିପାରେ।

ରିପୋର୍ଟ ଅନୁସାରେ ଆପଲ୍‌ 6.5 ଇଞ୍ଚ ଡିସ୍‌ପ୍ଲେର ହ୍ୟାଣ୍ଡସେଟ୍‌ ଆଣିପାରେ। ଯାହା ମାର୍କେଟ୍‌ରେ ଯେକୌଣସି ସ୍ମାର୍ଟଫୋନ୍‌ଠାରୁ ବଡ଼ ହେବ। ସ୍ମାର୍ଟଫୋନ୍‌ର ବଡ଼ି iPhone 8 Plus ପରି ରହିବ। ହେଲେ iPhone X ଏଜ୍‌ ଟୁ ଏଜ୍‌ (Bezal Less) ଡିଜାଇନ୍‌ କାରଣରୁ ଏହାର ବଡ଼ି ବଡ଼ ରହିବ।

ଆପଲ୍‌ 2688X1242 ରିଜୋଲୁସନ୍‌ ସହ 6.5 ଇଞ୍ଚ iPhone ର ପ୍ରୋଟୋଟାଇପ୍‌ର ଟେଷ୍ଟିଂ କରୁଛି ଓ ଏଥିରେ କିଛି ମଲଟି ଟ୍ରାକିଂ ଫିଚର Split View ରହିବ। କେବଳ ଏତିକି ନୁହେଁ, ଏଥର କମ୍ପାନୀ ଗୋଲ୍ଡ iPhone ମଧ୍ୟ ଲଞ୍ଚ କରିପାରେ।

ଚଳିତ ଥର iPhone X ପରି ଦେଖାଯାଉଥିବା iPhone ଆସିବ ଯେଉଁଥିରେ ଫେସ୍‌ ଆଇଡି ରହିବ। ହେଲେ ଓଲେଡ ସ୍ଥାନରେ ଏଥିରେ ଏଲ୍‌ସିଡି ପ୍ୟାନେଲ୍‌ ବ୍ୟବହାର କରାଯିବ। ଏଥିରେ ଆଲୁମିନିୟମ ବଡି ରହିବ। iPhone X ରେ ଷ୍ଟେନଲେସ୍‌ ଷ୍ଟିଲର ବ୍ୟବହାର କରାଯାଇଥିଲା।

ଆଉ ଏକ ରିପୋର୍ଟରେ କୁହାଯାଇଛି, ଏଥର iPhoneରେ ଡୁଆଲ ସିମ୍‌ ସପୋର୍ଟ ଆସିବାର ମଧ୍ୟ ସମ୍ଭାବନା ରହିଛି। କମ୍ପାନୀ eSIM ସପୋର୍ଟ ମଧ୍ୟ ଦେଇପାରେ, ଯାହାଦ୍ୱାରା ବିନା ସିମ୍‌ ଲଗାଇ Cellular data ବ୍ୟବହାର କରିହେବ।