‘ଟୁ ଆଣ୍ଡ ଏ ହାଫ୍ ଫ୍ରଣ୍ଟ’ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ୍‌: ପାକ୍‌ ଏବଂ ଚୀନକୁ ଇସାରା କଲେ ଭାରତୀୟ ସେନା ମୁଖ୍ୟ

ନୂଆଦିଲ୍ଲୀ: ଏବେ ଯୁଦ୍ଧ ପାଇଁ ପୂରା ପ୍ରସ୍ତୁତ ଭାରତୀୟ ସେନା।ଏ ଭଳି ଅଭୟ ବାଣୀ ଶୁଣାଇଛନ୍ତି ଭାରତୀୟ ସେନାର ମୁଖ୍ୟ ଜେନେରାଲ ବିପିନ ରାୱତ । ଏକ ସାକ୍ଷାତକାର ଦେବା ସମୟରେ ‘ଟୁ ଆଣ୍ଡ ଏ ହାଫ ଫ୍ରଣ୍ଟ’ ଯୁଦ୍ଧ ପାଇଁ ଭାରତୀୟ ସେନା ପୁରା ପ୍ରସ୍ତୁତ ବୋଲି କହିଛନ୍ତି ବିପିନ। ମୁଖ୍ୟତଃ ସୀମାରେ ଦେଖା ଯାଉଥିବା ଉତ୍ତେଜନା ଓ ଦେଶର ଭିତରେ ଦେଖା ଯାଉଥିବା ପରିସ୍ଥିତିକୁ ଲକ୍ଷ୍ୟ କରି ସେ ଏପରି କହିଛନ୍ତି।

ଭାରତୀୟ ସେନାର ଆଧୁନୀକରଣକୁ ନେଇ ଏକ ସାକ୍ଷାତକାରରେ ସେ ଏପରି କହିଛନ୍ତି। ଏବେ ଭାରତୀୟ ସେନା ପାଖରେ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି। ତେଣୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ସେନା ସକ୍ଷମ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଉଭୟ ପାକିସ୍ତାନ ଓ ଚୀନ୍ ସୀମାରେ ଦେଖା ଯାଉଥିବା ଉତ୍ତେଜନା ଓ ଦେଶ ଭିତରେ ଥିବା ଉଗ୍ରପନ୍ଥୀଙ୍କୁ( ‘ଟୁ ଆଣ୍ଡ ଏ ହାଫ ଫ୍ରଣ୍ଟ’) ପ୍ରତିହତ କରିବାକୁ ନିଜକୁ ପ୍ରସ୍ତୁତ ଭାରତୀୟ ସେନା ପ୍ରସ୍ତୁତ କରିଥିବା ସେ କହିଛନ୍ତି। ସେନାକୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା ପ୍ରଦାନ କରୁଥିବାରୁ ମୋଦି ସରକାରକୁ ସେ ଧନ୍ୟବାଦ ଜଣାଇଛନ୍ତି ।