ସେନା ଦେଶର ସବୁଠୁ ପ୍ରଶଂସନୀୟ ଅନୁଷ୍ଠାନ: ଜେନେରାଲ ଦଲବୀର ସିଂହ

ଚେନ୍ନାଇ: ସେନା ଦେଶର ସବୁଠୁ ପ୍ରଶଂସନୀୟ ଓ ସମ୍ମାନୀୟ ଅନୁଷ୍ଠାନ ବୋଲି ଶନିବାର ସେନା ମୁଖ୍ୟ ଜେନେରାଲ ଦଲବୀର ସିଂ କହିଛନ୍ତି। ଏପରିକି ଭାରତୀୟ ସେନାକୁ ଅନ୍ତର୍ଜାତୀୟ ସ୍ୱୀକୃତି ମଧ୍ୟ ମିଳିଛି ବୋଲି ସେ କହିଛନ୍ତି।

ଚେନ୍ନାଇସ୍ଥିତ ଅଫିସରସ୍‌ ଟ୍ରେନିଂ ଆକାଡେମୀରେ ଏକ ପାସିଂ ଆଉଟ୍ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ଅବସରରେ ସେ କହିଥିଲେ,“ଭାରତୀୟ ସେନାର ଏକ ଛବି ରହିଛି। ଆମେ ଦେଶରେ ସେନା ହେଉଛନ୍ତି ସର୍ବୋଚ୍ଚ ପ୍ରଶଂସନୀୟ ଓ ସମ୍ମାନନୀୟ ଅନୁଷ୍ଠାନ। ଉଭୟ ବାହାର ଓ ଭିତର ସମସ୍ୟାଗୁଡ଼ିକୁ ଭାରତୀୟ ସେନା ସଫଳତାର ସହିତ ମୁକାବିଲା କରିଛି।”

ସେ କହିଥିଲେ,“ଜାତିସଂଘର ଶାନ୍ତି ବାହିନୀରେ ଭାରତୀୟ ସେନାର କାର୍ଯ୍ୟକୁ ଅନ୍ତର୍ଜାତୀୟ ସମୁଦାୟଗୁଡ଼ିକ ମଧ୍ୟ ପ୍ରଶଂସା କରିଛନ୍ତି।”