ଓଡ଼ିଆ ସେନା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଜମ୍ମୁ: ଜମ୍ମୁର ଏକ ସେନା କ୍ୟାମ୍ପରୁ ଜଣେ ଓଡ଼ିଆ ସେନା ଅଧିକାରୀଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ରହସ୍ୟଜନକ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ସନତ କବି(୪୫)। ସେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦରେ କାର୍ଯ୍ୟରତ ଥିଲେ।

ପୋଲିସ୍ ପକ୍ଷରୁ କୁହାଯାଇଛି, ଗତକାଲି ତାଙ୍କୁ  ଅଚେତ ଅବସ୍ଥାରେ  କ୍ୟାମ୍ପରେ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜମ୍ମୁର ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶବ ବ୍ୟବଚ୍ଛେଦ କରାଯିବା ପରେ  ତାଙ୍କ ମୃତଦେହକୁ ସେନା ଅଧିକାରୀଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।