ପୁଣି ପାକ୍‌ର ନାରକୀୟକାଣ୍ଡ: ଭାରତୀୟ ସେନାଅଧିକାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:ସୁଧୁରୁନି ପାକିସ୍ତାନ। ଏଥର ଜଣେ ଭାରତୀୟ ସେନାଅଧିକାରୀଙ୍କ ମୁଣ୍ଡନେଇଛି ପାକିସ୍ତାନ। ଗତକାଲି ରାତିରେ ପାକିସ୍ତାନ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରିର ସୋଫିଆନ ଜିଲ୍ଲାର ‌ଏହି ସେନା ଅଧିକାରଙ୍କୁ ଅପହରଣ କରି ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଏହି ସେନା ଅଧିକାରୀ ଜଣକ  ଦକ୍ଷିଣ କଶ୍ମୀରିର ଲ୍ୟୁଟ୍‌ନାଣ୍ଟ ଉମର୍‌ ଫୟେଜ୍‌ ବୋଲି ଜଣାପଡ଼ିଛି।