ବାହୁବଲୀର ‘କଟପ୍ପା’ଙ୍କ ସମେତ ଆଠ ଅଭିନେତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ, ପଢ଼ନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଫିଲ୍ମ ବାହୁବଲୀ ଓ ବାହୁବଲୀ-୨ରେ କଟପ୍ପା ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସତ୍ୟରାଜଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ତାଙ୍କ ସହିତ ଅନ୍ୟ ସାତ ଜଣ ଅଭିନେତାଙ୍କ ବିରୁଦ୍ଧରେ ତାମିଲନାଡୁର ଏକ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଅନ୍ୟ ଅଭିନେତାମାନେ ହେଲେ ସୂର୍ଯ୍ୟା, ଚେରାନ, ବିଜୟକୁମାର, ଶରତକୁମାର, ବିବେକ, ଶ୍ରୀପ୍ରିଆ ଓ ଅରୁଣ ବିଜୟକୁମାର। ଅବଶ୍ୟ ଏହି ଆଠ କଳାକାର ତଳ କୋର୍ଟଙ୍କ ଏହି ଆଦେଶ ବିରୁଦ୍ଧରେ ମାଦ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

୨୦୦୯ରେ ଏମାନେ ସାମ୍ବାଦିକମାନଙ୍କ ପ୍ରତି ସମ୍ମାନହାନୀ ହେଲା ଭଳି ମନ୍ତବ୍ୟ ଦେଇଥିଲେ। ସେହିବର୍ଷ ଅକ୍ଟୋବର ମାସରେ ଏହି କଳାକାରମାନଙ୍କ ବିରୁଦ୍ଧରେ କୋର୍ଟରେ ମାନହାନୀ ମାମଲା ରୁଜୁ କରାଯାଇଥିଲା।

ରିପୋର୍ଟ ଓ ଫଟୋ- ଏନ୍‌ଡିଟିଭି